Pranab Pattnaik - ଏ ନୀଳଆଖି [E Nilaakhi]
Songs
2025-06-11 16:19:05
Pranab Pattnaik - ଏ ନୀଳଆଖି [E Nilaakhi]
ଏ ନୀଳଆଖି
ନୀଳଜଳେ ଭାସନା
ସେ ଇସାରାରେ ମନ ମୀନେ ମାନେନା
କେ ନ ଜାଣିଛି ତମ ମିଛ ବାହାନ
ଚାହାଁଣି ଜାଲେ ଯେ ପଡ଼ିବ
ତା' କଥା ଆଉ କହନା
ପାଇବ ଯେତେ
ସେ ଯାତନା କରିବ କିଏ କଳନା ।
ଏ ଚାହାଁଣିର ଜାଲେ
ଧରା ଦିଅନା
ନା ଅାମ ପଛେ ପଛେ
କେବେ ଧାଆଁନା
କେ ତୁମ ହାତେ
ହେବ କୁହ ଖେଳନା
କଅଁଳ ମନ ଯେ ନ ଜାଣେ
ତା'ର ସେ ମଜା ପାଏନା
କହିବ ସିଏ
ଏ ଯେତକ ସବୁ ତ ଖାଲି ଛଳନା ।
ଏଇ ଟିକେ ଥଟ୍ଟା ମଜା
ପାରୁନାହଁ ସହି
ସହିଗଲେ ତୁମ ହାତେ
ପାରିବୁନି ରହି
ଏଇ ଟିକେ ଥଟ୍ଟା ମଜା
ପାରୁନାହଁ ସହି
ସହିଗଲେ ତୁମ ଘାତେ
ପାରିବୁନି ରହି
ଏ ମନ ଦେଲି ନିଅନା
ଜଳାଅନା ଛଳାଅନା ଖେଳାଅନା
ଚାହାଁଣି ଜାଲେ ଯେ ପଡ଼ିବ
ତା' କଥା ଆଉ କହନା
ପାଇବ ଯେତେ ସେ ଯାତନା
କରିବ କିଏ କଳନା
ପର ମନ ରହିବ କି
ଆପଣାର ହୋଇ
ମନ ଦେଇ ମନ ନେଲେ
ଯିବ ଆଉ କାହିଁ
ମନ ଦେଇ ମନ ନେଲେ
ଯିବ ଆଉ କାହିଁ
ପର ମନ ରହିବ କି
ଆପଣାର ହୋଇ
ଏ ମନ ଦେଲି ନିଅନା
ଜଳାଅନା ଛଳାଅନା ଖେଳାଅନା
ଚାହାଁଣି ଜାଲେ ଯେ ପଡ଼ିବ
ତା' କଥା ଆଉ କହନା
ପାଇବ ଯେତେ ସେ ଯାତନା
କରିବ କିଏ କଳନା
- Artist:Pranab Pattnaik