ପତିତପାବନ ବାନା ଆଉ କେତେ ବେଳକୁ [Patitapabana bana aau kete belaku] lyrics
Songs
2026-01-15 22:00:22
ପତିତପାବନ ବାନା ଆଉ କେତେ ବେଳକୁ [Patitapabana bana aau kete belaku] lyrics
ପତିତପାବନ ବାନା ଆଉ କେତେ ବେଳକୁ, ପତିତପାବନ ବାନା ଆଉ କେତେ ବେଳକୁ
ଭାସିଗଲି ଭବଜଳେ ନାବ ଦିଅ କୂଳକୁ, ହରି, ନାବ ଦିଅ କୂଳକୁ
ପତିତପାବନ ବାନା ଆଉ କେତେ ବେଳକୁ, ପତିତପାବନ ବାନା ଆଉ କେତେ ବେଳକୁ
ରୋପିବାର ବୃକ୍ଷ ଗୋଟି, କାଟୁଅଛ ମୂଳକୁ, ରୋପିବାର ବୃକ୍ଷ ଗୋଟି, କାଟୁଅଛ ମୂଳକୁ
ତିନିପୁରେ ଅପକୀର୍ତ୍ତି ହେବ ଆଦିମୂଳକୁ, ହରି, ହେବ ଆଦିମୂଳକୁ
ପତିତପାବନ ବାନା ଆଉ କେତେ ବେଳକୁ
ଦୂରେ ଥାଇ ଡାକ ଦେଲେ, ଡ଼େରି ଥାଅ କର୍ଣ୍ଣକୁ,ଦୂରେ ଥାଇ ଡାକ ଦେଲେ, ଡ଼େରି ଥାଅ କର୍ଣ୍ଣକୁ
ନିକଟରେ ନଶୁଣିଲ ମୋ କର୍ମ ଅବଳକୁ, ହରି, ମୋ କର୍ମ ଅବଳକୁ
ପତିତପାବନ ବାନା ଆଉ କେତେ ବେଳକୁ
ଲକ୍ଷେ ଯୋଜନରେ ଗଜ , ଡାକ ଦେଲା ତୁମ୍ଭଙ୍କୁ, ଲକ୍ଷେ ଯୋଜନରେ ଗଜ , ଡାକ ଦେଲା ତୁମ୍ଭଙ୍କୁ
ନକ୍ର ନାଶି ବାକୁଚକ୍ର ଦେଲ ପେଷି ଜଳକୁ, ହରି, ଦେଲ ପେଷି ଜଳକୁ
ପତିତପାବନ ବାନା ଆଉ କେତେ ବେଳକୁ
ଯୋଗୀଜନମାନେ ହୃଦେ ଧ୍ୟାୟୁଛନ୍ତି ଯାହାକୁ, ଯୋଗୀଜନମାନେ ହୃଦେ ଧ୍ୟାୟୁଛନ୍ତି ଯାହାକୁ
ଭଣିଲେ ବି ରଖେ ସରି ଆଶା ପାଦତଳକୁ, ହରି , ଆଶା ପାଦତଳକୁ
ପତିତପାବନ ବାନା ଆଉ କେତେ ବେଳକୁ
- Artist:Sikandar Alam