ବାଧିଲା ଜାଣି କ୍ଷମା [Baadhila jani khyama] [Transliteration]

Songs   2024-07-02 11:45:30

ବାଧିଲା ଜାଣି କ୍ଷମା [Baadhila jani khyama] [Transliteration]

ବାଧିଲା ଜାଣି କ୍ଷମା, କର ନୋହିଲେ ରମା, ରମଣ ଦଣ୍ଡେ ଦିଅ ଟାଳି.

ତୁମ୍ଭଂକୁମ ଜଗନ୍ନାଥ. ଆଜ ମୋ ମନୋରଥ ଭରତି କରିଦେବି ଗାଳି ହେ ଏ ଏ ଏ ...କୃପାନିଧି .

କରୁଣାସିନ୍ଧୁ ବୋଲି କରି କହନ୍ତି ବୁଦ୍ଧି ଡରି ମରି

କାଳ ସର୍ପ ଆପଣ

କବଳ କର ପ୍ରାଣ -ପବନ ମାନଂକୁ ସବୁରି ହେ -କୃପାନିଧି ...

ଜଳ ଦିଅନ୍ତେ ନିଜ

ଘର ଦେବାଧିରାଜ ବୁଡାଇ ଦେଇଛ ଆପଣ

ତୁମ୍ଭରି ସିନା ଘେନ

ଆଶ୍ଚର୍ଯ୍ୟ ନୋହେ ଆନ ଜନ ର...

ଘରବୁଡ଼ା ପଣ ହେ ..କୃପାନିଧି

ଭୁଜଂଗ ସାମ୍ୟ ଆମ୍ଭ ତୁଲେ

ବତାଅ ବୋଲି ଆଜ୍ଞା ଦେଲେ

ମୁଁ ନୁହେଁ ଦରବୁଢ଼ା

ବତାଇବାକୁ ଛିଡ଼ା- ହୋଇଛି

ବତାଇବି ଭଲେ ହେ .. ଏ ଏ କୃପାନିଧି

ତାକାହୁ ବୋଲି ଚକ୍ରୀ ଚକ୍ର ଥିବାରୁ ଚକ୍ରୀ

ତୁମ୍ଭେ ତ ବୋଲାଅ ମଣ୍ଡଳେ

ବେଭାରେ କୁଣ୍ଡଳୀ ସେ

ଆପଣ ତ ବିଶେଷେ ଭୂଷିତ

ମକର କୁଣ୍ଡଳ ହେ --କୃପାନିଧି

ଅଦୃଶ୍ୟ ହେବାରୁ ତା ପାଦ

ତାହାକୁ ବୋଲି ଗୁଢ଼ ପାଦ

ଆପଣା ଚରଣ ତ ବିରଞ୍ଚିକୁ ଗୁପତ .କାହିଁ

ତା ଠାରୁ ତୁମ୍ଭ ଭେଦ ହେ ...କୃପାନିଧି

କହଇ କବିସୂର୍ଯ୍ୟ ନାଥ ନୁହେଁ ଅଧୈର୍ଯ୍ୟ

ଏଡ଼ିକି ମହତ ନଯାଉ

ମୁଁ ତୁମ୍ଭ ପରିଛାର ଜାଣିଲେ କି ବିଚାର ଇତରେ ହେ.

ନ ଜାଣନ୍ତୁ ଆଉ ହେ ...କୃପାନିଧି

ଯେତେବେଳେ ମୋ ଅନ୍ତ ହେବ

ଏତିକି ମାତ୍ରା ମୋତେ ଦେବ

କରେ କରାଟ ଦ୍ବାର ସୀମାରୁ ପରିହାର କରାଇ

ଯହିଁ ତହୁଁ ନେବ ହେ କୃପାନିଧି

ଏତିକି ମାତ୍ରା ମୋତେ ଦେବ ହେ ...

Bhikari Charan Bala more
  • country:India
  • Languages:Odia
  • Genre:
  • Official site:
  • Wiki:https://en.wikipedia.org/wiki/Bhikari_Bal
Bhikari Charan Bala Lyrics more
Excellent Songs recommendation
Popular Songs
Artists
Songs