ଗଲାଣି ତ ଗଲା କଥା [Galani Ta Gala Katha] [Transliteration]
Songs
2024-12-24 21:26:03
ଗଲାଣି ତ ଗଲା କଥା [Galani Ta Gala Katha] [Transliteration]
ଗଲାଣି ତ ଗଲା କଥା, ରେ ସଙ୍ଗାତ, ଗଲାଣି ତ ଗଲା କଥା
ଗୁପତେ ସିନା ମୁଁ ତୋତେ ପଚାରିଲି, ବଳି ପଡ଼ିବାରୁ ବ୍ୟଥା |ଘୋଷା|
ଗଙ୍ଗାରୁ ବିଷଦ ଗହିର ତୋ ହୃଦ, ଗଣ୍ଠିଧନ ତୋର ସ୍ନେହ
ଗୋଡ଼ ଖସି ଖେଦ ହେବାର ଦରଦ, ଯିବାର ଉପାୟ କହ |୧|
ଗୋଳି ଦେଲା ମୋର ବାହାର ଭିତର, ସ୍ୱର ସେ ଅବା ଶର ସେ
ଗାତ୍ର ଗୋଟିଯାକ ପୁରିଲା ପୁଲକ ଶ୍ରବଣ ସୀମା ସ୍ପରଶେ |୨|
ଗମନକୁସୁମ ପରି ଏଥି ଶ୍ରମ ଫଳ ହୋଇବ କି କାଳ
ଗୋଳିଆ ନ ରଖି କହ ଚନ୍ଦମୁଖ ଗହଳି ନଥିବା ବେଳେ |୩| (ଏହି ପରିବେଷଣରେ ଏହି ଧାଡ଼ିଟି ନାହିଁ)
- Artist:Shyamamani Pattanaik