ଅନ୍ତରେ କାନ୍ଦେ ବାହାରେ ହସେ [Antare Kaande Baahaare Hase Mun] lyrics

Songs   2024-07-02 17:08:31

ଅନ୍ତରେ କାନ୍ଦେ ବାହାରେ ହସେ [Antare Kaande Baahaare Hase Mun] lyrics

ଅନ୍ତରେ କାନ୍ଦେ ବାହାରେ ହସେ, ଏହି ମୋର ପରିଚୟ

ମରି ସାରିଛି ମୁଁ ତେବେ ବି କରୁଛି, ବଞ୍ଚିବା ଅଭିନୟ

ଏହି ମୋର ପରିଚୟ

ମାଟିର ଦେହରୁ ପ୍ରାଣ ଚାଲିଗଲେ, ସିଏ ତ ମରଣ ନୁହେଁ

ଏ ମଣିଷର ଜୀବନରୁ ଯେବେ ନୂତନତା ଚାଲିଯାଏ

ବାକି ରହିଯାଏ ଜୀବନର ଗଛ, ଯାହା ଅତି ଦୁର୍ବଳ

ମୋର ଏହି ଜନ୍ମେ ଭାଗ୍ୟ ମୋ ପାଇଁ, ଅଦିନ ଝଞ୍ଜା ହୋଇ

ଅଧ ରାତ୍ର ଆଖିରୁ ସପନ, ଗଲା ତ ଉଡ଼ାଇ ନେଇ

କରିଦେଇ ଗଲା ଦୁନିଆରେ ମୋତେ ଚିରଦିନ ଅସହାୟ

ଏହି ମୋର ପରିଚୟ

ମରି ସାରିଛି ମୁଁ ତେବେ ବି କରୁଛି, ବଞ୍ଚିବା ଅଭିନୟ

ଏହି ମୋର ପରିଚୟ

Pranab Pattnaik more
  • country:
  • Languages:Odia
  • Genre:
  • Official site:
  • Wiki:
Pranab Pattnaik Lyrics more
Pranab Pattnaik Featuring Lyrics more
Excellent Songs recommendation
Popular Songs
Artists
Songs