ବାଟ ଛାଡ଼ ସୁହଟ ନାଗର [Bata chada suhata nagara] [English translation]
Songs
2026-01-13 15:25:20
ବାଟ ଛାଡ଼ ସୁହଟ ନାଗର [Bata chada suhata nagara] [English translation]
ବାଟ ଛାଡ଼ ସୁହଟ ନାଗର
ଯମୁନା ଯିବି ନୀର ଆଣିକି |ଘୋଷା|
ଘାଟ ପାଇଁ ଯେବେ ନଟ ଲଗାଇବ
ପ୍ରୀତି ବନ୍ଧା ଦେବି ମଥାମଣିକି
ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ
ଶାଶୁ ମୋ ଅଟଇ ସପତଣୀକି
ଆହେ ଗିରିଟେକା ନ କର ତୁ ଡକା
ତୁମ୍ଭ ଲାଗି ନ ଆସିବି ଏଣିକି
ମୁଁ ହି ବୃଷଭାନୁ ନୃପତିଙ୍କ ଜେମା
ଆନ ପ୍ରାୟେ ମୋତେ ଅଛ ମଣିକି
ଧରି ମୋ ଆଞ୍ଚଳ କରୁଛ ଜଞ୍ଜାଳ
ଡର ନାହିଁ ପର ଭୂଆସୁଣୀକି
ମୁଁ ଯେବେ ଏଥର ଆସିବି ପାଣିକି
ସଙ୍ଗେ ଅଣିଥିବି ସଖି ଶ୍ରେଣୀଙ୍କି
ବୋଲେ ବନମାଳୀ ଶୁଣ ଠାକୁରାଣୀ
ନିରାଶ ନକର ବେନୁପାଣିକି
- Artist:Swarnaprabha Tripathy