ବଉଦ ଫେରି ଯାଏ [Bauda Pheri Jae] lyrics
Songs
2025-01-09 20:38:01
ବଉଦ ଫେରି ଯାଏ [Bauda Pheri Jae] lyrics
ବଉଦ ଫେରି ଯାଏ, ଶ୍ରାବଣ ସରିଗଲେ
ବଉଳ ଝରି ଯାଏ, ଫଗୁଣ ସରିଗଲେ
ସାଥିରେ, ସାଥିରେ, ଶୁଣିଯା ସାଥିରେ
ସାଥିରେ, ସାଥିରେ, ଶୁଣିଯା ସାଥିରେ
ସରିବନି ଏଇ ଆମ ପ୍ରେମ, ପ୍ରେମ, ପ୍ରେମ
ତୋ ପାଇଁ ନେବି ମୁଁ ଶହେ ଜନମ , ତୋ ପାଇଁ ନେବି ମୁଁ ଶହେ ଜନମ
ପାହାଡ଼ ଯୋଉଠି ଥାଏ , ସେଇଠି ଝରଣା
ତୋ ମନର ମୋ ମନର ଗୋଟିଏ ଠିକଣା
ଠିକଣା ନଥିଲେ ପାଦ ହୁଏ ବାଟବଣା
ପକ୍ଷୀ କି ପାରିବ ଉଡ଼ି , ନଥିଲେ ତା ଡେଣା
ପକ୍ଷୀ ତ ଉଡ଼ି ଯାଏ , ଗଛଟି ମରିଗଲେ
ଝରଣା ଝୁରି ହୁଏ ନଈଟି ମରିଗଲେ
ସାଥିରେ, ସାଥିରେ, ଶୁଣିଯା ସାଥିରେ
ସାଥିରେ, ସାଥିରେ, ଶୁଣିଯା ସାଥିରେ
ସରିବନି ଏଇ ଆମ ପ୍ରେମ, ପ୍ରେମ, ପ୍ରେମ ,ପ୍ରେମ
ତୋ ପାଇଁ ନେବି ମୁଁ ଶହେ ଜନମ , ତୋ ପାଇଁ ନେବି ମୁଁ ଶହେ ଜନମ
- Artist:Ira Mohanty