ଛୋଟ ମୋର ଗାଁଟି [Chhota mora gaan ti etv title song] [Transliteration]
Songs
2026-01-16 19:27:43
ଛୋଟ ମୋର ଗାଁଟି [Chhota mora gaan ti etv title song] [Transliteration]
ଏଇ ପାହାଡ଼ ଆକାଶ ଝରଣା
ଏଇ ଚଇତି ମଳୟ ଜୋଛନା
ସୁରୁଜ ଆସେ ମୁରୁଜ କରି ରଚନା
ସଞ୍ଜ ଆଣେ ବଉଳ ହେନା ବାସନା
ସବୁଠୁ ମିଠା, ସବୁଠୁ ଭଲ
ଯେମିତି ମୋର ମା
ଛୋଟ ମୋର ଗାଁଟି
ଛୋଟ ମୋର ଗାଁଟି
ଛୋଟ ମୋର ଗାଁଟି
ଛୋଟ ମୋର ଗାଁଟି
ଛୋଟ ମୋର ଗାଁଟି
କୋଇଲି ବଜାଏ ଏଠି, ମହୁଲି ବଇଁଶି ସୁର
ସୁନାର ସୋରିଷ କ୍ଷେତ, ସଜାଏ ପଣତ ତାର
ଧୂଳି ଯେ ତାର ମଥାରେ ମୋର, ଫୁଲ ଚନ୍ଦନ ଆହା
ଛୋଟ ମୋର ଗାଁଟି
ଛୋଟ ମୋର ଗାଁଟି
ଏଇ ପାହାଡ଼ ଆକାଶ ଝରଣା
ଏଇ ଚଇତି ମଳୟ ଜୋଛନା
ସୁରୁଜ ଆସେ ମୁରୁଜ କରି ରଚନା
ସଞ୍ଜ ଆଣେ ବଉଳ ହେନା ବାସନା
ସବୁଠୁ ମିଠା, ସବୁଠୁ ଭଲ
ଛୋଟ ମୋର ଗାଁଟି
ଛୋଟ ମୋର ଗାଁଟି
- Artist:Odia Title Songs