ଏ ବନ ଝରଣା [E bana jharana]
Songs
2026-01-11 14:27:53
ଏ ବନ ଝରଣା [E bana jharana]
ଏ ବନ ଝରଣା ନାଚିନାଚି ଯାଅନା
ଏ ବନ ଝରଣା ନାଚିନାଚି ଯାଅନା
ଏ ମୋର ମଇନା ଧରା ଦିଅନା
ତା ମନେ ଭରା କୁହୁକ
ଫୁଲେ ଫୁଲେ ମହକ
ଆକାଶେ ଭସା ମେଘର , ଆଜି ଅଭିଷେକ
ଆଲୋ ତୋର ସେ ଚମକ
ଦେଖି ଜାଗେ ପୁଲକ
କେ କଲା ଆଜି ଏ ବନେ, ଏତେ ଅପରୂପ
ନଘ ନୀଳିମ ଭରି ଦିଅନା
ମନେ ସତ ବାସନା
ଏ ବନ ଝରଣା ନାଚିନାଚି ଯାଅନା
ଏ ବନ ଝରଣା ନାଚିନାଚି ଯାଅନା
ଏ ମୋର ମଇନା ଧରା ଦିଅନା
କିଏ ସେ ରୂପ କୁମାରୀ
କାଖେ ଧରି ଗାଗରି
କୁସୁମେ ସାଜି କବରୀ, ଯାଏ ନୀର ଧରି
ମୁଖର କରି ଗୋଧୂଳି
ଶୁଭେ ମଧୁ କାକଳି
ବିହଙ୍ଗ ଦିନ ଶେଷରେ, ଆସେ ଫେରି
ଏଇ ସୁଷମା କରେ ରଚନା, ସପନର ଭାବନା
- Artist:Chitta Jena