ଏ ସମୟ [E samaya] [English translation]
Songs
2026-01-11 15:28:15
ଏ ସମୟ [E samaya] [English translation]
ଏ ସମୟଟା ତାକୁ ଦେଖି ରହିଯାଇଛି
ମୋ ହୃଦୟରେ ତା ଛବି ଆଙ୍କିଦେଇଛି
ମୁଁ କହିବାକୁ କେତେ କଥା ଭାବିରଖିଛି
ମୁଁ ତାକୁ ଦେଖି ସବୁ ଭୁଲିଗଲି
ନା ମୁଁ କଥା କିଛି କହିପାରିଲି
ମୁଁ ତା ହସରେ ହଜିଗଲି, ହଜିଗଲି
କେତେ ଯେ ଆଶଙ୍କା ଆସେ ମନେ
କେମିତି କହିବି ତାକୁ ଦିନେ
ଅବୁଝା ମନ ବି ଭାବେ କିଛି
କାଳେ ସେ କହିବ ଆଉ କିଛି
ସାଙ୍ଗମେଳରେ ତାକୁ ଦେଖି ଖାଲି ଟିକେ ଚାହିଁଦିଏ
ମନ ବୁଝେନା ଏତିକିରେ ଆଉ ଟିକେ ପାଖେ ଯାଏ
ମୁଁ ତାକୁ ଦେଖି ସବୁ ଭୁଲିଗଲି
ନା ମୁଁ କଥା କିଛି କହିପାରିଲି
ମୁଁ ତା ହସରେ ହଜିଗଲି, ହଜିଗଲି
ସରୁନି ଅପେକ୍ଷା ଅଛି ଚାହିଁ
ଝୁରୁଛି ହୃଦୟ ତା' ପାଇଁ
ଅଜଣା ଭାବନା କିଛି ଖୋଜେ
ପ୍ରେମରେ ସ୍ପନ୍ଦନେ ମୁଁ ଯେ ଭିଜେ
ଏବେ ହସୁଛି ମୋତେ ଦେଖି, ସତେ ମୁଁ ତା ମନଲାଖି
ଭାବିପାରେନା କହିବାକୁ ଜଣେଇଦିଏ ମୋ ଆଖି
ମୁଁ ତାକୁ ଦେଖି ସବୁ ଭୁଲିଗଲି
ନା ମୁଁ କଥା କିଛି କହିପାରିଲି
ମୁଁ ତା ହସରେ ହଜିଗଲି, ହଜିଗଲି
- Artist:Kuldeep Pattanayak