ଏଇ ଭରା ଜହ୍ନ ରାତି [Ei Bhara Janha Rati] [Transliteration]
Songs
2026-01-11 17:11:03
ଏଇ ଭରା ଜହ୍ନ ରାତି [Ei Bhara Janha Rati] [Transliteration]
ଏଇ ଭରା ଜହ୍ନ ରାତି, ଝୁରା ମନ ଝରା ଗୀତି
ଏଇ ଭରା ଜହ୍ନ ରାତି, ଝୁରା ମନ ଝରା ଗୀତି
ଦୁଇ ମରମର ସୁରହରା ସୁର, ଦୁଇ ମରମର ସୁରହରା ସୁର
ଅଭୂଲା ଅଲିଭା ସାଥି
ଏଇ ଭରା ଜହ୍ନ ରାତି, ଝୁରା ମନ ଝରା ଗୀତି
ମଳୟର ଫୁଲଛୁଆଁ, ମନ ମନ ଦିଆନିଆ
ମଳୟର ଫୁଲଛୁଆଁ, ମନ ମନ ଦିଆନିଆ
ଆଖିଆଖି କଥା କୁହା, ଆଖିଆଖି କଥା କୁହା
ଜାଣେନା ମିଳନ ବତୀ
ଏଇ ଭରା ଜହ୍ନ ରାତି, ଝୁରା ମନ ଝରା ଗୀତି
ଭୁଲାଚାନ୍ଦ ଧାରେଧାରେ, ଚକର ଯେ ମତି ହାରେ
ଭୁଲାଚାନ୍ଦ ଧାରେଧାରେ, ଚକର ଯେ ମତି ହାରେ
ବୁଲିବୁଲି ଚୁମିଚୁମି,ବୁଲିବୁଲି ଚୁମିଚୁମି
ଧରିଲା ଶରମି ମନ ଛାତି
ଏଇ ଭରା ଜହ୍ନ ରାତି, ଝୁରା ମନ ଝରା ଗୀତି
ଦୁଇ ମରମର ସୁରହରା ସୁର
ଅଭୂଲା ଅଲିଭ ସାଥି
ଏଇ ଭରା ଜହ୍ନ ରାତି, ଝୁରା ମନ ଝରା ଗୀତି
- Artist:Akshaya Mohanty