ଏକା ଯିବୁ ନାହିଁ [Eka Jibu Nahin]
Songs
2026-01-13 21:26:18
ଏକା ଯିବୁ ନାହିଁ [Eka Jibu Nahin]
ଏକା ଯିବୁ ନାହିଁ, ସାଥେ ନେବୁ ମୋତେ
ଯିବୁ ଯେବେ କାହିଁ ଦୂରେ
ତୋ ବିନା ନିଶ୍ୱାସ, ଚାଲେନାହିଁ ଜମା
ବସିରହେ ନିର୍ବିକାରେ
ଭାବନାରେ ଥାଉ, ଅହୋରାତ୍ର ତୁହି
ନଥିଲେ ବି ନିକଟରେ
ନକହି ବି କହୁ, ନିଶବ୍ଦୀ କାହାଣୀ
ଅନ୍ତରଙ୍ଗ ଅଭିସାରେ
ଏକା ଯିବୁ ନାହିଁ, ସାଥେ ନେବୁ ମୋତେ
ଯିବୁ ଯେବେ କାହିଁ ଦୂରେ
ଗ୍ରହ ଗ୍ରହଣରେ ସୁରୁଜ ପରା ତୁ
ତୋ ପାଇଁ ସକାଳ ଆସେ
ଜିଇଁବାର ନିଶା ହୁଏ ତୀବ୍ରତର
ତୋର ମଦାଳ ସେ ହସେ
ଜୀବନ ନୁହଁଇ ଜୀବନରେ ଲେଖା
ତୋ ପ୍ରୀତି ପ୍ରଣୟ ବିନା
କବିତା ନୁହଇଁ କବିତା କଦାପି
ନଥିଲେ ତୋ ପ୍ରେମ ବାସ୍ନା
ଏକା ଯିବୁ ନାହିଁ, ସାଥେ ନେବୁ ମୋତେ
ଯିବୁ ଯେବେ କାହିଁ ଦୂରେ
ବିଧୁରପରଣ ହୋଇଛି ମଧୁର
ତୁହି ଅଛୁ ବୋଲି ପାଶେ
ହୃଦୟ ଆକାଶେ ଭାବର ବାଦଲ
ବିଭୋର ଆବେଶେ ଭାସେ
କଳ୍ପନା ଆଜି କରେ ଆନମନା
ସ୍ୱପ୍ନ ଦେଖାଏ କେତେ
ମୃତ୍ୟୁ ଆସି ଫେରିଯାଏ ହସି
ଯେବେ ଦେଖେ ତୋର ସାଥେ
ଏକା ଯିବୁ ନାହିଁ, ସାଥେ ନବୁ ମୋତେ
ଯିବୁ ଯେବେ କାହିଁ ଦୂରେ
- Artist:Ananya Sritam Nanda