ଏମିତି ଏଇ ସମୟ [Emiti Ae Samaya] [Transliteration]
Songs
2026-01-11 21:49:26
ଏମିତି ଏଇ ସମୟ [Emiti Ae Samaya] [Transliteration]
ଏମିତି ଏଇ ସମୟ, ବଦଳି ଦେଲା ପରିଚୟ
ନିଜର ପ୍ରେମକୁ ନିଜେ, ଆଜି ମୁଁ ଦେଲି ବିଦାୟ
ତୁ ଯା, ମୋତେ ତୁ ଭାବିବୁନି ଯା, ମୋ ପାଇଁ ଝୁରିବୁନି ଯା
ତୋ ଭଲପାଇବାର ଆଜି ଶେଷ ଅଧ୍ୟାୟ
ଯାଉ ପ୍ରେମ ଥିଲା ମୋର ଭାବିଲେ ଲାଗୁଛି ଦୂର
ଛାଇଛାଇ ଲାଗେ ଆଜି ପ୍ରେମର ସେ ବତୀଘର
ଯାଉ ପ୍ରେମ ଥିଲା ମୋର ଭାବିଲେ ଲାଗୁଛି ଦୂର
ଛାଇଛାଇ ଲାଗେ ଆଜି ପ୍ରେମର ସେ ବତୀଘର
ଏମିତି ଏଇ ଜୀବନ ଭାଙ୍ଗି ତ ଦେଲା ସପନ
ଜାଣିଜାଣି ନିଜେ ଆଜି, ପୋଛିଲି ନିଜ ପରିଚୟ
ତୁ ଯା, ଲୁହ ତୁ ଢାଳିବୁନି ଯା, ଭୋକରେ ଶୋଇବୁନି ଯା
ଖୁସିରେ ବିତେଇବୁ ତୋର ବାକି ସମୟ
ଅସଜଡ଼ା ଜୀବନକୁ ସଜାଡ଼ିଲେ ଯେତେ ଥର
ଆଜି କାହିଁ ଧୀରେ ଧୀରେ ମାଡିଯାଏ ବାଲିଝଡ଼
ଅସଜଡ଼ା ଜୀବନକୁ ସଜାଡ଼ିଲେ ଯେତେ ଥର
ଆଜି କାହିଁ ଧୀରେ ଧୀରେ ମାଡିଯାଏ ବାଲିଝଡ଼
ଏମିତି ଏଇ ପବନ, ଉଜାଡ଼ି ଦେଲା ଜୀବନ
ନିଜ ପାଖେ ମୁଁ ନିଜେ ହେଇଛି ଆଜି ଅସହାୟ
ତୁ ଯା, ମୋତେ ତୁ ଖୋଜିବୁନି ଯା, ଖୋଜିଲେ ପାଇବୁନି ଯା
ହାରିଲେ ଲୋକର ତ ନାହିଁ କିଛି ଉପାୟ
- Artist:Humane Sagar