ଜହ୍ନ ଆମକୁ ଲୁଚି ଦେଖୁଛି [Janha Aamku Luchi Dekhuchi] [Transliteration]
Songs
2026-01-17 12:00:46
ଜହ୍ନ ଆମକୁ ଲୁଚି ଦେଖୁଛି [Janha Aamku Luchi Dekhuchi] [Transliteration]
ଜହ୍ନ ଆମକୁ ଲୁଚି ଦେଖୁଛି, ଲୁଚିଲୁଚି ଆମ କଥା ଶୁଣୁଛି
ରୁହ ଆଉ ଟିକେ ରୁହ, ଦୂରେ ରହି କଥା ହୁଅ
କାହିଁକି? ଆରେ! ଦେଖୁନ ସେ ଜହ୍ନ ପରା ଚାହିଁଛି
ଜହ୍ନ ଆମକୁ ଲୁଚି ଦେଖୁଛି...
ଆକାଶର ତାରା ଫୁଲ ହୋଇ ଆଜି, ସଜାଇଲେ ଶେଜ, ଜୋଛନାରେ ଭିଜି
ଏଇ ମଧୁରାତି ଯାଏ ଝୁମିଝୁମି, ଆଖି କହେ କଥା ଓଠ ଯାଏ ଚୁମି
ତୁମ ଛୁଆଁରେ, ମିଠା ନିଆଁରେ, ଏଇ ମନ ଜଳିଜଳି ଯାଉଛି
ଜହ୍ନ ଆମକୁ ଦେଖି ହସୁଛି, ଚୁପିଚୁପି ଆମ କଥା କହୁଛି
ରଖିବି ତୁମକୁ ପଣତେ ଲୁଚାଇ,ସପନ ପରି ମୋ ଆଖିରେ ସଜାଇ
ପଥରେ ଦେହରେ ଫୁଟାଇଛ ଫୁଲ, କାଚକୁ ଦେଇଛ କାଞ୍ଚନର ମୁଲ
ବାହୁରେ ତୁମ ଏଇ ଜୀବନ,ହାଏ ଝୁଲିଝୁଲି ଯାଉଛି
ଫରିଫରି ଦୀପ ଆଜି ଜଳୁଛି, ଜଳିଜଳି ଏଇ କଥା କହୁଛି
ତୁମେ ଆଉ ମୁଁ ମିଶି , ସବୁ ସହିବା ହସି, ଆମ ପାଇଁ ଦୀପ ସାକ୍ଷୀ ରହିଛି
ଜହ୍ନ ଆମକୁ ଲୁଚି ଦେଖୁଛି...
- Artist:Anuradha Paudwal