ଜହ୍ନ ରେ ତୋତେ ପୁନେଇ ରାଣ [Janha re tate punei rana] lyrics

Songs   2024-10-04 18:59:08

ଜହ୍ନ ରେ ତୋତେ ପୁନେଇ ରାଣ [Janha re tate punei rana] lyrics

ଜହ୍ନ ରେ ତୋତେ ପୁନେଇ ରାଣ , ଜହ୍ନ ରେ ତୋତେ ପୁନେଇ ରାଣ

ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା

ଚାନ୍ଦିନୀ ରାତି, ଚନ୍ଦନ ସାଥି, ସରିନି ଲାଜ, ସରିଯାଉଛି ରାତି

ଚାନ୍ଦିନୀ ରାତି, ଚନ୍ଦନ ସାଥି, ସରିନି ଲାଜ, ସରିଯାଉଛି ରାତି

ବେଗି ବେଗି ତୁ ଆଜି ନ ଯା , ନ ଯା , ନ ଯା

ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା

ଜହ୍ନ ରେ ତୋତେ ପୁନେଇ ରାଣ , ଜହ୍ନ ରେ ତୋତେ ପୁନେଇ ରାଣ

ଅଳତା ନାଇ , ସିନ୍ଦୁର ନାଇ , ମଥାରେ ହାତେ ଓଢ଼ଣା ଦେଇ

ବସିଛି ଲାଜେ ନୂଆ କନିଆଁ, ମୁହଁ ଲୁଚେଇ, ମୁହଁ ଲୁଚେଇ

କହେ ସିନ୍ଦୁର, କଥା ମୁଁ ଦେଲି, ସାରା ଜୀବନ ମୁଁ ତୁମର ହେଲି

କହୁଛି ଶଙ୍ଖା , ପ୍ରଥମ ଦେଖା, ଯିବନି ଭୁଲି, ଯିବନି ଭୁଲି

ଚଉଠି ରାତି, ଚମକେ ରାତି, ଏତେ ବେଗି ଆଜି ନ ପାହୁ ରାତି

ଚଉଠି ରାତି, ଚମକେ ରାତି, ଏତେ ବେଗି ଆଜି ନ ପାହୁ ରାତି

ସିଏ ରାଣୀ, ମୁଁ ଆଜି ରଜା , ରଜା , ରଜା

ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା

ଜହ୍ନ ରେ ତୋତେ ପୁନେଇ ରାଣ , ଜହ୍ନ ରେ ତୋତେ ପୁନେଇ ରାଣ

ସଜେଇ ହେଇ ବସିଛି ରାଧା, ଓଢ଼ଣା ତଳେ ହସୁଛି ଅଧା

ମହକେ ରାତି, ମହକେ ଶେଜ, ରଜନୀଗନ୍ଧା, ରାଜନଗନ୍ଧା

ଗୋଲାପ ଶେଜେ ଅଳସ କନ୍ୟା, ଅଳସ ଦେହେ ପ୍ରୀତିର ବନ୍ୟା

ଦୁଇଟି ମନ ଆଜି ମିଳନ, ଗଙ୍ଗା-ଯମୁନା, ଗଙ୍ଗା-ଯମୁନା

ମଧୁଚନ୍ଦ୍ରିକା , ମଧୁର ପ୍ରୀତି, ଏମିତି ରାତି ସେ ତ ଅଭୁଲା ସ୍ମୃତି

ମଧୁଚନ୍ଦ୍ରିକା , ମଧୁର ପ୍ରୀତି, ଏମିତି ରାତି ସେ ତ ଅଭୁଲା ସ୍ମୃତି

ଛାଡ଼ି ଏକ ଆମକୁ ତୁ ନ ଯା , ନ ଯା, ନ ଯା

ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା

ଜହ୍ନ ରେ ତୋତେ ପୁନେଇ ରାଣ , ଜହ୍ନ ରେ ତୋତେ ପୁନେଇ ରାଣ

ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା

ଚାନ୍ଦିନୀ ରାତି, ଚନ୍ଦନ ସାଥି, ସରିନି ଲାଜ, ସରିଯାଉଛି ରାତି

ଚାନ୍ଦିନୀ ରାତି, ଚନ୍ଦନ ସାଥି, ସରିନି ଲାଜ, ସରିଯାଉଛି ରାତି

ବେଗି ବେଗି ତୁ ଆଜି ନ ଯା , ନ ଯା , ନ ଯା

ଘଡ଼ିଏ ରହିଯା, ଆଉ ଘଡ଼ିଏ ରହିଯା

ଘଡ଼ିଏ ରହିଯା, ଘଡ଼ିଏ ରହିଯା

Udit Narayan more
  • country:Nepal
  • Languages:Hindi, Odia, Malayalam, Kannada
  • Genre:
  • Official site:
  • Wiki:http://en.wikipedia.org/wiki/Udit_Narayan
Udit Narayan Lyrics more
Udit Narayan Featuring Lyrics more
Udit Narayan Also Performed Pyrics more
Excellent Songs recommendation
Popular Songs
Artists
Songs