ଜୋଛନା ଲୁଚନା [Jochhana Luchana] [Transliteration]
Songs
2026-01-11 17:05:07
ଜୋଛନା ଲୁଚନା [Jochhana Luchana] [Transliteration]
ଜୋଛନା ଲୁଚନା, ଦୂର ନୀଳ ଗଗନେ
ଏ ମନ ମନେନା, ଏଇ ମଧୁ ଲଗନେ
ଜୋଛନା ଲୁଚନା , ଲୁଚନା
ସମୀରେ ସୁରଭି ଭରା , ଆକାଶେ ବିଳାସୀ ତାରା
ସମୀରେ ସୁରଭି ଭରା , ଆକାଶେ ବିଳାସୀ ତାରା
ଚାହିଁଚାହିଁ ଆନମନା, ଆଖି ହୁଏ ନିଦହରା
ଗୀତି ସୁରେ, ମନ ଝୁରେ, ଗୀତି ସୁରେ, ମନ ଝୁରେ
ହଜିଯାଏ ସପନେ, ଜୋଛନା ଲୁଚନା, ଲୁଚନା, ଲୁଚନା
ବକୁଳ ଆକୂଳେ ଝୁରେ, ସକାଳେ ଅକାଳେ ଝରେ
ବକୁଳ ଆକୂଳେ ଝୁରେ, ସକାଳେ ଅକାଳେ ଝରେ
ବିରହ ବାସର ରାତି , ସାରା ନିଶି ଅଭିସାରେ
ନୀଳକଇଁ ରହେ ଚାହିଁ, ନୀଳକଇଁ ରହେ ଚାହିଁ
ନୀତିନୀତି ମୋ ମନେ
ଜୋଛନା ଲୁଚନା, ଦୂର ନୀଳ ଗଗନେ
ଜୋଛନା ଲୁଚନା, ଲୁଚନା
- Artist:Nirmala Mishra