କହିଦେ ଥରୁଟେ, ପ୍ରେମ ନଥିଲା [Kahide tharuṭe, prema nathilā] [Transliteration]
Songs
2026-01-16 21:20:13
କହିଦେ ଥରୁଟେ, ପ୍ରେମ ନଥିଲା [Kahide tharuṭe, prema nathilā] [Transliteration]
ସେ ଦିନ ଆକାଶଟା ଓଦା ଥିଲା, ଆଜି କାହିଁ ଦିଶେ ଏତେ ଶୁଖିଲା
ସେ ଦିନ ଇନ୍ଦ୍ରଧନୁ ଦିଶୁଥିଲା, ଆଜି ତାକୁ କିଏ ଲୁଚେଇଦେଲା
ତୋ ମୁହଁରୁ ଥରେ ଶୁଣିବା ପାଇଁ
କଥା ବାକି ରହିଲା
କହିଦେ ଥରୁଟେ, ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜିନଥିଲା
କହିଦେ ଥରୁଟେ, ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜିନଥିଲା
ଲାଗେ ମୋତେ ଧିରେ ଧିରେ, ଧୋଇଯାଏ ଭାଗ୍ୟରେଖା
ଭିଜିବାକୁ ଇଛା ନାହିଁ, ତୋ ବିନା ଏକାଏକା
ଏ ମେଘର ଛିଟା, ଲାଗୁନି ମିଠା
କୋଉ ଋତୁ ଛୁଇଁଲା
କହିଦେ ଥରୁଟେ, ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜିନଥିଲା
କହିଦେ ଥରୁଟେ, ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜିନଥିଲା
ଆଜିକାଲି ଆଗଭଳି, ମିଳୁନାହିଁ ତୋର ଦେଖା
ପ୍ରେମ ବୋଲି କହିବିନି, କହିବି ମୁଁ ତାକୁ ଧୋକା
ତୋ ପ୍ରେମର ରଙ୍ଗ ଲଗେଇଥିଲୁ
କିଏ ତାକୁ ଧୋଇଲା
କହିଦେ ଥରୁଟେ, ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜିନଥିଲା
କହିଦେ ଥରୁଟେ, ପ୍ରେମ ନଥିଲା
ପ୍ରେମରେ ମନ ବି ଭିଜିନଥିଲା
- Artist:Humane Sagar
- Album:Premara Srabana