କେମିତି କହିବି [Kemiti kahibi] lyrics

Songs   2024-10-05 22:36:28

କେମିତି କହିବି [Kemiti kahibi] lyrics

କେମିତି କହିବି ତୋତେ, ଭଲ ମୁଁ ପାଉଛି କେତେ

ମୋ ହୃଦୟରେ ତୁ ହିଁ ତୁ ଅଛି

ତୋ ବିନା ମୁଁ ରହିପାରେନା

କେମିତି କହିବି ତୋତେ, ସପନରେ ଆସୁ କେତେ

ଏ ଦୁନିଆରେ ତୁ ମୋର ନିଜ ଆଉ କାହାକୁ ଚାହେଁନା

ଯେତେବେଳେ ଆଖି ମୋର ତୋତେ ହିଁ ଖୋଜୁଥାଏ

ଦୂରେ ଥିଲେ ଲାଗେ ଅଛୁ ପାଖେ

ମନେମନେ କେତେ କଥା ଆସିକି ରହିଯାଏ

ନୀରବେ ବସି ମୁଁ ଯେବେ ଦେଖେ

କେମିତି କହିବି ତୋତେ, ମୁଁ...

ବନ୍ଧୁ ବୋଲି ତୁ ମୋର କହିପାରିନାହିଁ

ରଖିଛି ସାଇତି ଅକୁହା କାହାଣୀ ମୋ ମନ ତଳେ

ପାଖେ ପାଖେ ଥାଉ ତୁ ଆପଣାର ପରି

ଯେମିତି ସ୍ପନ୍ଦନ ନିକଟେ ଜୀବନ , ମୋ ସବୁବେଳେ

ଯଦି କେବେ ଇଚ୍ଛା କିଛି ଦୁଃଖ ଭୁଲିବାକୁ

ତୁ ଜାଣିଛୁ ମୁଁ ଅଛି ସାଥେ

ପିଲାଦିନେ ବାଲିଘର ଗଢ଼ିଥିଲେ କେତେଥର

ସେଇ ସ୍ମୃତି ଓଠେ ହସ ଲେଖେ

କେମିତି କହିବି ତୋତେ...

ମନେ ଅଛି କି ତୋର, ସେ ପୁରୁଣା କଥା

ନକହିକି ଆମେ ବୁଝୁଥିଲୁ ନିଜକୁ ସହଜରେ

ମୋ ହୃଦୟ ଗୋଟେ ଅବୁଝା ଗଣିତ

ତଥାପି ଗଣୁଛି ତୋ ପାଦ ଶବଦକୁ ଅପେକ୍ଷାରେ

ବେଳେବେଳେ ଇଚ୍ଛା ହୁଏ ଦୁନିଆକୁ କହିଦେବି

ମୋ ପାଇଁ ତୁ ସବୁକିଛି

ଟିକେ ଟିକେ ଡର ଲାଗେ ଭାବିଦେଲେ ଥରୁଟିଏ

ତୋ ଖୁସି ପାଇଁ ସବୁ ହାରିଛି

Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Artists
Songs