କି ଶୋଭା ଗୋ କୁଞ୍ଜେ [Ki Sobha Go Kunje Madanamohana] lyrics

Songs   2024-07-02 11:07:06

କି ଶୋଭା ଗୋ କୁଞ୍ଜେ [Ki Sobha Go Kunje Madanamohana] lyrics

କି ଶୋଭା ଗୋ କୁଞ୍ଜେ, ମଦନମୋହନ ଚାହାଁରେ,ପ୍ରାଣ ମିତଣି

କି ଶୋଭା ଗୋ କୁଞ୍ଜେ, ମଦନମୋହନ ଚାହାଁରେ,ପ୍ରାଣ ମିତଣି

ବାଁମେ ନବକିଶୋରୀ,କିବା ରୂପ ମାଧୁରୀ

ଭେରି ସର୍ବ ମଞ୍ଜରୀ ମଧ୍ୟେ ଶ୍ରୀ ବେଣୁଧାରୀ

ତ୍ରିଭଙ୍ଗ ଛନ୍ଦେ ଛିଡ଼ା ଶିରେ ମୟୂର ଚୁଡ଼ା

ତ୍ରିଭଙ୍ଗ ଛନ୍ଦେ ଛିଡ଼ା ଶିରେ ମୟୂର ଚୁଡ଼ା

ଶୋହେ ସେ ମୋତି ବେଢ଼ା ସଖୀଙ୍କ ଦମ୍ଭ ଛଡ଼ା

ତ୍ରିଭଙ୍ଗି ରେ ଚାହାଣି ନିଏ ହୃଦୟ କିଣି

କେଡେ଼ ସୁନ୍ଦର ରାଧା,କେଡେ଼ ସୁନ୍ଦର ରାଧା,କେଡେ଼ ସୁନ୍ଦର,କେଡେ଼ ସୁନ୍ଦର

କେଡେ଼ ସୁନ୍ଦର ରାଧା,ନାଟୁଆ ନୀଳମଣି

କି ଶୋଭା ଗୋ କୁଞ୍ଜେ, ମଦନମୋହନ ଚାହାଁରେ,ପ୍ରାଣ ମିତଣି

ନବ ନବ ବାଳି ଦେଇଣ ହୁଳ ହୁଳି,ବନ୍ଦନ୍ତି ଅର୍ଘ୍ୟ ଥାଳି

କେହୁ ବଜାନ୍ତି ତାଳି ନାଚନ୍ତି ଢ଼ଳି ଢ଼ଳି

ଆନନ୍ଦେ ରାସ ସ୍ଥଳୀ ପଡ଼େ ପଡ଼ି ଉଛୁଳି

ପରଖି ମଣ୍ଡିପତି ଖିତିପତି ଦୁର୍ଗତି

ପରଖି ମଣ୍ଡିପତି ଖିତିପତି ଦୁର୍ଗତି

କୁଳ ଚନ୍ଦ୍ର ସୁଶୀଳ ଶ୍ୟାମଳ ଶାନ୍ତ ମୂର୍ତ୍ତି

ବିରହି ବିର ମୋର ବୀର ଶ୍ରୀଗଜପତି

ଶ୍ରୀ କୃପାମୟ ଦେବ,ଶ୍ରୀ କୃପା ମୟ ଦେବ

ଶ୍ରୀ କୃପାମୟ,ଶ୍ରୀ କୃପାମୟ,ଶ୍ରୀ କୃପାମୟ

ଶ୍ରୀ କୃପାମୟ ଦେବ,ବୋଲନ୍ତି ହେ ଭାରତୀ

କି ଶୋଭା ଗୋ କୁଞ୍ଜେ, ମଦନମୋହନ ଚାହାଁରେ,ପ୍ରାଣ ମିତଣି

Shyamamani Pattanaik more
  • country:India
  • Languages:Odia
  • Genre:Religious
  • Official site:
  • Wiki:
Shyamamani Pattanaik Lyrics more
Shyamamani Pattanaik Also Performed Pyrics more
Excellent Songs recommendation
Popular Songs
Artists
Songs