ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ [Madhura E Chanda Raati Hase Tara Gagane] [Transliteration]
Songs
2025-12-08 12:06:50
ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ [Madhura E Chanda Raati Hase Tara Gagane] [Transliteration]
ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ
ଉଛୁଳେ ଯମୁନା ଛାତି ମିଳନର ଲଗନେ
ଯାଅନା କାହ୍ନୁ ଯାଅନା
ବେଣୁତାନେ ମାରି ଛୁରି ମାରି ଆଡ଼ ନୟନ
ଲୁଚି ଖେଳ ଲୁଚକାଳି ଜାଳିଦେଲ ପରାଣ
ଅଭିମାନୀ ମାନିନୀ ମୁଁ ପୀରତିରେ ମଗନ
ଯାଅନା କାହ୍ନୁ ଯାଅନା
ଅଙ୍ଗେ ଅଙ୍ଗେ ଉଜାଗର ଯଉବନ ଜୁଆର
ନିଅ ତୋଳି ନିଅ ପାଶେ ଆତୁରେ ମୁଁ କାତର
ବିତିଯାଏ ଚାନ୍ଦରାତି କୋଳେ ତୋଳି ନିଅନା
ଯାଅନା କାହ୍ନୁ ଯାଅନା
ଯାଅନା କାହ୍ନୁ ଯାଅନା
ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ
ଉଛୁଳେ ଯମୁନା ଛାତି ମିଳନର ଲଗନେ
ଯାଅନା କାହ୍ନୁ ଯାଅନା
ନା ନା
ଯାଅନା କାହ୍ନୁ ଯାଅନା
- Artist:Nirmala Mishra
- Album:Kaa (1966)