ମନର ମଣିଷ ଯଦି ସପନ ଟିକିଏ ଦେଇ [Manara Manisha Jadi] lyrics
Songs
2026-01-17 06:53:04
ମନର ମଣିଷ ଯଦି ସପନ ଟିକିଏ ଦେଇ [Manara Manisha Jadi] lyrics
ମନର ମଣିଷ ଯଦି ସପନ ଟିକିଏ ଦେଇ
ରହିଯାଏ ଦୂରେ, ବହୁ ଦୂରେ
ମନକୁ ବୁଝାଇ ମୁହିଁ, କେତେ କାଳ ଥିବି ଚାହିଁ
ଖାଲି ଖାଲି ମିଛ ବାହାନାରେ
ମନର ମଣିଷ ଯଦି
ମଧୁମାଳ (?????????)
କଳି ପାଇଁ ଫୁଲ ହସେ ମନ ଖୋଜେ ସାଥି
ନଦୀ ହଜେ ଖୋଜି ଖୋଜି ସାଗରର ପ୍ରୀତି
ପୀରତି ହେଲାଣି ଗୀତି ସଞ୍ଜ ହେଲାଣି ରାତି
ଦୀପ ଜାଳି ପଥ ଚାହିଁବାରେ
ମନର ମଣିଷ ଯଦି
ବେଦନା ମୋ ବଧୂ ସାଜେ ଗହନ ବନରେ
ସାହାହୀନ ଦୁନିଆରେ ଆଶା ଖୋଜି ବୁଝେ
ଆଶା ଫୁଲ ଫୁଟେ ନୀତି ଅଜାଣତେ ଝଡ଼େ
ସାଥୀକୁ ଜୁହାର କରି ନିଶି ନିଶି ନିଶବଦେ
ପ୍ରୀତିକୁ ଜୁହାରେ ନୀରବରେ
ମନର ମଣିଷ ଯଦି ସପନ ଟିକିଏ ଦେଇ
ରହିଯାଏ ଦୂରେ, ବହୁ ଦୂରେ
- Artist:S.Janaki
- Album:Rakta Golapa