ମାଣିକ, ଆଲୋ ଆଲୋ ମାଣିକ [Manika, Alo Alo Manika] lyrics

Songs   2024-07-04 13:58:34

ମାଣିକ, ଆଲୋ ଆଲୋ ମାଣିକ [Manika, Alo Alo Manika] lyrics

ମାଣିକ, ଆଲୋ ଆଲୋ ମାଣିକ, ଏ ମୋର ମାଣିକ

କାହିଁକି ସୁଖିଛି ତୋ ଚନ୍ଦ୍ରମୁଖ, ଆସିବେ ବୋଲି କି ବ୍ରଜ ରସିକ

ମାଣିକ, ଆଲୋ ଆଲୋ ମାଣିକ, ଏ ମୋର ମାଣିକ

ମାଣିକକୁ କିଏ ମାଇଲା ମାଡ଼ , ଭାଙ୍ଗି ପକାଇଲା ପଞ୍ଜରା ହାଡ଼

ଆମ ମାଣିକ ତ ମୁଖ ଝଟକି, ଗାଁ ଝିଅ ଯେତେ ବାନ୍ଦରମୁଖୀ

ମାଣିକ ଆମର ସୁନା କନିଆଁ, ସହି ପଡିଶାଙ୍କ ମୁହଁରେ ନିଆଁ

ହଜି ଯାଇଥିଲେ ଖୋଜି ଆଣିବୁ, ଭାଙ୍ଗି ଯାଇଥିଲେ ଗଢାଇ ଦେବୁ

ହସିଦେ ଅଳପ ଯାଉ ଲୋ ଦୁଃଖ

ମାଣିକ, ଆଲୋ ଆଲୋ ମାଣିକ, ଏ ମୋର ମାଣିକ

ଭୂଇଁରୁ ଜନକ ପାଇଲେ ସୀତା, ପାଳିଲେ ନିଜର କରି ଦୁହିତା

ସୀତା ବିଭା ଲାଗି ଋଷି ପ୍ରବର, କଲେ ସ୍ଵୟମ୍ବର ହୋଇ ଆତୁର

ଶେଷେ ଯା ହାତେ କଲେ କନ୍ୟାଦାନ, ରାମଚନ୍ଦ୍ର ସେ ତ ରଘୁନନ୍ଦନ

ଆଣିଛୁ ତୋତେ ଲୋ ପାଣିରୁ ଛାଣି, ରାଜା ହାତେ ଦେଇ କରିବୁ ରାଣୀ

ଭୁଲିନଯିବୁ ଲୋ ସେନେହ ଟିକ

ମାଣିକ, ଆଲୋ ଆଲୋ ମାଣିକ, ଏ ମୋର ମାଣିକ

ମୁଁ ଦେବି ଆଣି ମଥାକୁ ମଣି ହାତେ ବଟଫଳ ତୋର

ମୁଁ ଦେବି ଚୁଡି ସୁଗନ୍ଧ ମଳି କଟିକୁ ଚନ୍ଦନ ଚନ୍ଦନ ହାର

ମୁଁ ଦେବି ନୂପୁର ମୁଁ ଦେବୀ ପାହୁଡ

ମୁଁ ଦେବି ସିନ୍ଦୁର ମୁଁ ଦେବି କଜଳ

ମୁଁ ଦେବି,ମୁଁ ଦେବି,ମୁଁ ଦେବି,ମୁଁ ଦେବି

ମୁଁ ଦେବି,ମୁଁ ଦେବି, ମୁଁ ମୁଁ ମୁଁ ମୁଁ

ମାଣିକ, ଆଲୋ ଆଲୋ ମାଣିକ, ଏ ମୋର ମାଣିକ

କାହିଁକି ସୁଖିଛି ତୋ ଚନ୍ଦ୍ରମୁଖ, ଆସିବେ ବୋଲି କି ବ୍ରଜ ରସିକ

ମାଣିକ, ଆଲୋ ଆଲୋ ମାଣିକ, ଏ ମୋର ମାଣିକ

Chitta Jena more
  • country:India
  • Languages:Odia
  • Genre:
  • Official site:
  • Wiki:
Chitta Jena Lyrics more
Excellent Songs recommendation
Popular Songs
Artists
Songs