ମୋ ଭାଇ [Mo bhai] lyrics

Songs   2025-12-06 21:21:34

ମୋ ଭାଇ [Mo bhai] lyrics

ତୋ ହାତରେ ହାତ ଧରି, ବୁଲିଯାଏ ମୁଁ ଘର ଛାଡ଼ି

ଆମ୍ବ ପିଜୁଳି ସେ ମହକରେ, ଭରିଦେ ସବୁ ଇଛା ଖୁସିରେ

କେତେ ଅଳି ଅଝଟକୁ, କେତେ ରାଗ ରୁସିବାକୁ

କେତେ ଅଳି ଅଝଟକୁ, କେତେ ରାଗ ରୁସିବାକୁ

ପାଖେ ଥାଉ ତୁ ହେଇ ଛାଇ

ମୋ ଭାଇ, ତୋ ପାଇଁ, ଚାଲୁଥିବି, ହେଇ ଛାଇ

ମୋ ଭାଇ, ତୋ ପାଇଁ, ଚାଲୁଥିବି, ହେଇ ଛାଇ

ତୋ ପାଇଁ ମୁଁ ରଖିଛି ସବୁ କିଛି, ଜହ୍ନଠୁ ତୋତେ ମୋ ପାଉଣା ପାଇଛି

ମୋ ଲୁହ ଝରି ଆଗରୁ, ତୁ ହସରେ ଭୁଲେଇ ଦେଉ

ତୋ ହସରେ ହସିଲେ ମୁଁ, ତୁ ମୋତେ କୋଳେଇ ନେଉ

ମୋ ଭାଇ, ତୋ ପାଇଁ, ଚାଲୁଥିବି, ହେଇ ଛାଇ

ମୋ ଭାଇ, ତୋ ପାଇଁ, ଚାଲୁଥିବି, ହେଇ ଛାଇ

ମୋ ପିଲଖେଳ, ଆଜି ହାରିବା ପରେ, ଖୋଜୁଛି ଆଜି ତୋତେ ମୁଁ ମୋ ପାଖରେ

ଅଲଗା ହେଲି ବୋଲି, ହେଇନି ଦୁରେଇ, ଝୁରୁଛି ସେ ଦିନକୁ, ପାରୁନି ଭୁଲି

ତୁ ହାତ ଠାରି ଡାକିଦେ, ଆସିବି ଧାଇଁ ମୁଁ, ଆସିବି ଧାଇଁ

ତୁ ହାତ ଠାରି ଡାକିଦେ, ଆସିବି ଧାଇଁ ମୁଁ, ଆସିବି ଧାଇଁ

ମୋ ଭାଇ, ତୋ ପାଇଁ, ଚାଲୁଥିବି, ହେଇ ଛାଇ

ମୋ ଭାଇ, ତୋ ପାଇଁ, ଚାଲୁଥିବି, ହେଇ ଛାଇ

Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Artists
Songs