ମୋ ମା [Mo Maa] [English translation]
Songs
2026-01-17 15:32:56
ମୋ ମା [Mo Maa] [English translation]
ରାତି ପାହିଲେ, ମୁଣ୍ଡ ଆଉଁସି, ନିଦରୁ ଉଠାଉ ତୁ
କୋଉଠି ହଜିଲା ସେ ମିଠା ସମୟ, ମିଳୁନି ଖୋଜିଲେ ମୁଁ
ଡର ଲାଗିଲେ, ଝୁଂଟି ପଡ଼ିଲେ, ପାଖେ ହେଇଯାଉ ଠିଆ
କୋଳରେ ଟିକିଏ ମୁଣ୍ଡ ଆଉଜେଇ, ଶୁଣେ ତୋ ଧୋବାଇଆ
ଓଃ ମା, ମୋ ମା, ଓଃ ମା, ମୋ ମା, ଓଃ ମା, ମୋ ମା
ମନେ ପଡ଼ିଗଲେ, ତୋ ଗେଲ୍ହା ଆକଟ, ଓଠୁ ଆପେ ହସ ଝରିଯାଏ
କେତେ ଦୁଷ୍ଟ ହୁଏ, ତଥାପି ମାଆ ଲୋ, ତୋ ପାଇଁ ମୁଁ ସୁନାପିଲାଟିଏ
ଝରାଏ ଲୁହ କେତେ ଆଖିରୁ, ତୁ ମନେ ପଡ଼ିଲେ , ମା
ଲାଗୁଛି ଏଇଠି ଛିଡ଼ା ତୁ ହେଇଛୁ, ଡ଼ାକୁଛୁ ଆ ଧନ ଆ
ଓଃ ମା, ମୋ ମା, ଓଃ ମା, ମୋ ମା, ଓଃ ମା, ମୋ ମା
କେତେ ଭିଡ଼ ଏଠି, କେତେ ଯେ ଗହଳି, ଥକି ପଡୁଛି ମୁଁ ଏକା ଏକା
ତଥାପି ଡରୁନି, ସାହସ ମାରେନି, ଜାଣେ ଅଛୁ ତୁ ଛାଇ ପରିକା
ବେଳ ବୁଡ଼ିଲେ, ଯେବେ ମୁଁ ଫେରେ, ଦାଣ୍ଡେ ହେଇଥାଉ ଠିଆ
ଆଖିରେ ଆଜି ବି ନାଚେ ସେଇ ଛବି, ଦେ ତୋ ଶୀତଳ ଛୁଆଁ
ଓଃ ମା, ମୋ ମା, ଓଃ ମା, ମୋ ମା, ଓଃ ମା, ମୋ ମା
- Artist:Aseema Panda