ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର [Mo Priya Tharu Kie Adhika Sundara] lyrics
Songs
2026-01-16 22:48:09
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର [Mo Priya Tharu Kie Adhika Sundara] lyrics
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର
ମୋ ପ୍ରିୟ ଠାରୁ କିଏ ଅଧିକ ଗୁଣର
ଏଡ଼ିକି ମନୋଇ ଝିଅ ମନ ମାନିଥିଲେ କହେ
ମୁଁ ଏକା ତୁମର, ମୁଁ ଏକା ତୁମର
ଯା' ମନ ରେ ହସେ ଖାଲି ମମତାର ଫୁଲ
ଯା' ଦରଦ ଝରି ପଡ଼େ ହୋଇ ସାତ ଗାର
ଏଡ଼ିକି ଅବୁଝା ଝିଅ ବୁଝେନା ସେ ଫୁଲ ଗନ୍ଧେ
ମୁଁ ଆଜି ବିଭୋର, ମୁଁ ଆଜି ବିଭୋର
ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର
ଯା' ଓଠରେ ଲେଖା ମୋର ପୁଣ୍ୟ ଜୀବନର
ଯା' ଲୁହରେ ଯାଏ ଧୋଇ ପାପ ଯେତେ ମୋର
ଏଡ଼ିକି ମନୋଇ ଝିଅ କରେନା ବିଚାର କେବେ
ମୋ ପାପ-ପୁଣ୍ୟର, ମୋ ପାପ-ପୁଣ୍ୟର
ମୋ ପ୍ରିୟ ଠାରୁ କିଏ ଅଧିକ ସୁନ୍ଦର
ମୋ ପ୍ରିୟ ଠାରୁ କିଏ ଅଧିକ ଗୁଣର
ଏଡ଼ିକି ମନୋଇ ଝିଅ ମନ ମାନିଥିଲେ କହେ
ମୁଁ ଏକା ତୁମର, ମୁଁ ଏକା ତୁମର
- Artist:Chitta Jena
- Album:Sindura Bindu (1977)