ମୁଁ ଅସ୍ତବ୍ୟସ୍ତ [Mu astabyasta] [English translation]

Songs   2024-10-04 19:29:37

ମୁଁ ଅସ୍ତବ୍ୟସ୍ତ [Mu astabyasta] [English translation]

କେମିତି ତୁ ଚାହିଁଲୁ, କେମିତି ତୁ ଛୁଇଁଲୁ

ମୁଁ ହେଲି ଆହତ, ମୁଁ ହେଲି ଆହତ

ତୋ ପାଇଁ ନିଦ ନାହିଁ, ମୁଁ ଅସ୍ତବ୍ୟସ୍ତ

ତୋ ପାଇଁ ନିଦ ନାହିଁ, ମୁଁ ଅସ୍ତବ୍ୟସ୍ତ

କେମିତି ତୁ ଆସିଲୁ, କେମିତି ତୁ ହସିଲୁ

ମୁଁ ହେଲି ପରାସ୍ତ, ମୁଁ ହେଲି ପରାସ୍ତ

ତୋ ବିନା ଚୁନା ଚୁନା, ମୁଁ ଅସ୍ତବ୍ୟସ୍ତ

ତୋ ବିନା ଚୁନା ଚୁନା, ମୁଁ ଅସ୍ତବ୍ୟସ୍ତ

ରାତି ସରିଯାଏ, ନିଦ ଫେରିଯାଏ

ସ୍ବପ୍ନ ଆସିଯାଏ ଖାଲି

ସେଇ ସ୍ବପ୍ନ ଧାରେ ତୁ ଧୀରେ ଧୀରେ

ଆସୁଛୁ ଯାଉଛୁ ଚାଲି

ଦିନ ସରିଯାଏ, ସଞ୍ଜ ନଇଁଯାଏ

ସରୁନି ଭାବନା ତୋର

ଯେତେ ଭାବିଲେବି, ମିଠା ମୁହଁ ତୋର

ଆସୁଛି ଥରକୁ ଥର

କେମିତି ତୁ ଦେଖିଲୁ, କେମିତି ତୁ ଡାକିଲୁ

ମୁଁ ହେଲି କ୍ଷତାକ୍ତ,ମୁଁ ହେଲି କ୍ଷତାକ୍ତ

ତୋ ପାଇଁ ବିକଳ, ମୁଁ ଅସ୍ତବ୍ୟସ୍ତ

ତୋ ପାଇଁ ବିକଳ, ମୁଁ ଅସ୍ତବ୍ୟସ୍ତ

ହୃଦୟରେ ମୋର, ତୋରି ନିଶ୍ୱାସ

ତୋ ପାଇଁ ଜୀବନ ମୋର

ମୋ ସପନରେ ତୁ ଧୀରେ ଧୀରେ

କରିସାରିଲୁଣି ଘର

ଆଖି ଦୁଇ ତୋର, ଦୁଇଟି ସମୁକ

ଓଠ ତୋର ପ୍ରଜାପତି

ସେଇ ପ୍ରଜାପତି ମୋ ଓଠରେ ବସି

ରଙ୍ଗୋଲି କରୁଛି ରାତି

କେମିତି ତୁ ଆସିଲୁ, ହୃଦୟରେ ରହିଲୁ

ମୁଁ ହେଲି ରକ୍ତାକ୍ତ,ମୁଁ ହେଲି ରକ୍ତାକ୍ତ

ତୋ ବାଟ ଚାହିଁ ଚାହିଁ, ମୁଁ ଅସ୍ତବ୍ୟସ୍ତ

ତୋ ବାଟ ଚାହିଁ ଚାହିଁ, ମୁଁ ଅସ୍ତବ୍ୟସ୍ତ

Jyotirmayee more
  • country:India
  • Languages:Odia
  • Genre:
  • Official site:
  • Wiki:
Jyotirmayee Lyrics more
Jyotirmayee Featuring Lyrics more
Excellent Songs recommendation
Popular Songs
Artists
Songs