ପାହାଡ଼ର ସେପାଖେ ଆମ ଛୋଟ ଗାଁ [Pahadara Sepakhe Aama Chhota Gaan] [Transliteration]
Songs
2026-01-18 09:16:49
ପାହାଡ଼ର ସେପାଖେ ଆମ ଛୋଟ ଗାଁ [Pahadara Sepakhe Aama Chhota Gaan] [Transliteration]
ନାରୀ:- ମଉସା , ଏ ମଉସା , ଆମ ଗାଁ ଆଉ କେତେ ଦୂର?
ମଉସା :- ଏଇ ତ
ପାହାଡ଼ର ସେପାଖେ ଆମ ଛୋଟ ଗାଁ
ପାହାଡ଼ର ସେପାଖେ ଆମ ଛୋଟ ଗାଁ
ଝରଣାର ଶବଦରେ କହେ ତା'ର ନାଁ
ପାହାଡ଼ର ସେପାଖେ ଆମ ଛୋଟ ଗାଁ
ନାରୀ:- ଆମ ଗାଁରେ ଆଉ ସବୁ କଣ ଅଛି?
ମଉସା : ବହୁତ ଅଛି
ସେଠି ନୀତି ସଞ୍ଜ ହେଲେ, ଚମ୍ପା ଫୁଲ ଫୁଟେ
ସେଠି ନୀତି ସଞ୍ଜ ହେଲେ, ଚମ୍ପା ଫୁଲ ଫୁଟେ
ଆମ ଗାଁର ନଈରେ ଗାଁର ଛବି ଦିଶେ
କିଏ ଭଲା ଭୁଲିଯିବ ଆମ ଗାଁର ମା'
କିଏ ଭଲା ଭୁଲିଯିବ ଆମ ଗାଁର ମା'
ପାହାଡ଼ର ସେପାଖେ ଆମ ଛୋଟ ଗାଁ
ନାରୀ:- ଆରେ ବା' ତମ ଗାଁରେ ତ ସବୁକିଛି ଅଛି
ଆମ ଗାଁର ଅଭାବଟି ଥିଲେ ଜଣେ ରାଣୀ
ଆମ ଗାଁର ଅଭାବଟି ଥିଲେ ଜଣେ ରାଣୀ
ଆଣିଛି ମୁଁ ମୋ ସାଥିରେ ଆଜି ତାଙ୍କୁ ଟାଣି
ସଭିଏଁ ମୋତେ କହିବେ "ବାହା ରେ ଭୋଳା ବାହା"
ସଭିଏଁ ମୋତେ କହିବେ "ବାହା ରେ ଭୋଳା ବାହା"
ପାହାଡ଼ର ସେପାଖେ ଆମ ଛୋଟ ଗାଁ
ଝରଣାର,ଝରଣାର ଶବଦରେ କହେ ତା'ର ନାଁ
ପାହାଡ଼ର ସେପାଖେ ଆମ ଛୋଟ ଗାଁ
- Artist:Pranab Pattnaik
- Album:Kanyaadaana