ଫଗୁଣ ରେ ଫଗୁଣ [Phaguna re Phaguna]

Songs   2024-07-03 07:32:12

ଫଗୁଣ ରେ ଫଗୁଣ [Phaguna re Phaguna]

ଯେବେଠୁଁ ଚାହିଁଲି ତୋତେ ପ୍ରଥମ ଥର, ହୃଦୟରେ ମୋର ସ୍ପନ୍ଦନ ତୋର

ଯେବେଠୁଁ ପାଇଲି ତୋତେ ପାଖରେ ମୋର, ପଲକରେ ମୋର ଚେହେରା ତୋର

ପାଦ ଖୋଜେ ପାଦ ତୋର ,ହାତ ଖୋଜେ ହାତ ତୋର

ମନ ଖୋଜେ ମନ ତୋର, ଆଖି ଖୋଜେ ସ୍ୱପ୍ନ ତୋର

ମୁଁ ଖାଲି ତୋ ପରି ବାସେ ଏଥର

ଫଗୁଣ ରେ ଫଗୁଣ , ମୁଁ ଦେଇଛି ସିନ୍ଦୁର

ଫୁଲରେ ସଜେଇ ତାକୁ, ତୁ କରିଦେ ସୁନ୍ଦର

ଫଗୁଣ ରେ ଫଗୁଣ , ଦେଇଜାରେ ସିନ୍ଦୁର

ଫୁଲରେ ସଜେଇ ମୋତେ, କରିଦେ ତୁ ସୁନ୍ଦର

ଯିଏ ନୀତି ଜାଳେ ସଞ୍ଜବତୀ ଧରେ , ସେଇ ସୁକୁମାରୀ ତୁ ହିଁ ତୁ

ସୁରଭି ସୁରଭି ସବୁ ସକାଲରେ, ତୋଟେ ଭଲପାଏ ମୁଁ ହିଁ ମୁଁ

ଦିନ ଖୋଜେ ଛାଇ ତୋର, ରାତି ଖୋଜେ ସାଥି ତୋର

ଫୁଲ ଖୋଜେ ରଙ୍ଗ ତୋର, ମୁଁ ଖୋଜେ ସାଙ୍ଗ ତୋର

ମୁଁ ଖାଲି ତୋ ପରି ବାସେ ଏଥର

ଫଗୁଣ ରେ ଫଗୁଣ , ମୁଁ ଦେଇଛି ସିନ୍ଦୁର

ଫୁଲରେ ସଜେଇ ତାକୁ, ତୁ କରିଦେ ସୁନ୍ଦର

ଫଗୁଣ ରେ ଫଗୁଣ , ଦେଇଜାରେ ସିନ୍ଦୁର

ଫୁଲରେ ସଜେଇ ମୋତେ, କରିଦେ ତୁ ସୁନ୍ଦର

ଯିଏ ନୀତି ବୋଲି ପ୍ରଜାପତି ପରି, ସେଇ ଫୁଲ ମୋତି ମୁଁ ହିଁ ମୁଁ

ପହିଲି ପୁଲକ ତୋରି ପାଖରେ, ଅଟକି ଯାଉଛି ମୁଁ ହିଁ ମୁଁ

ଓଠ ଖୋଜେ ନାଁ ତୋର, ବାଟ ଖୋଜେ ଗାଁ ତୋର

ଗପ ଖୋଜେ କଥା ତୋର, ଗୀତ ଖୋଜେ ସୁର ତୋର

ମୁଁ ଖାଲି ତୋ ପରି ବାସେ ଏଥର

ଫଗୁଣ ରେ ଫଗୁଣ , ଦେଇଜାରେ ସିନ୍ଦୁର

ଫୁଲରେ ସଜେଇ ମୋତେ, ତୁ କରିଦେ ସୁନ୍ଦର

ଫଗୁଣ ରେ ଫଗୁଣ , ମୁଁ ଦେଇଛି ସିନ୍ଦୁର

ଫୁଲରେ ସଜେଇ ତାକୁ,ତୁ କରିଦେ ସୁନ୍ଦର

Humane Sagar more
  • country:India
  • Languages:Odia
  • Genre:Pop, Soundtrack
  • Official site:
  • Wiki:https://en.m.wikipedia.org/wiki/Humane_Sagar
Humane Sagar Lyrics more
Humane Sagar Featuring Lyrics more
Excellent Songs recommendation
Popular Songs
Artists
Songs