ପ୍ରିୟା ବିନା ଝୁରେ ଖାଲି [Priya Bina Jhure Khali] lyrics
Songs
2026-01-02 16:55:26
ପ୍ରିୟା ବିନା ଝୁରେ ଖାଲି [Priya Bina Jhure Khali] lyrics
ପ୍ରିୟା ବିନା ଝୁରେ ଖାଲି
ପ୍ରୀତି ବିନା ଝୁରେ ଖାଲି
କେତେ ଜେ ଅକୁହା କଥା ମୋର ଆହା
କହିବାକୁ ଭାବିଥିଲି
ଭାବନାରେ ରହିଗଲି, ମୁଁ ରହିଗଲି
ପ୍ରିୟା ବିନା ଝୁରେ ଖାଲି
ପ୍ରୀତି ବିନା ଝୁରେ ଖାଲି
ପ୍ରିୟା ବିନା ଝୁରେ ଖାଲି
ସେଦିନ ବିଜହ୍ନ ରାତି, ମୋ ପାଶେ ଥିଲା ମୋ ସାଥି
ଗାଇବି ବୋଲି ଯେ ଗୀତି, ସାଇତି ଥିଲି ମୁଁ ନିଈତି
ଗାଇବାକୁ ଯାଇ ଦେଖେ ପ୍ରିୟା ନାହିଁ
ଗଲା କାହିଁ ମୋତେ ଭୁଲି
ଭାବନାରେ ରହିଗଲି, ମୁଁ ରହିଗଲି
ସେ ରାତି ଫେରିବ ଯଦି, ଫେରିବଟି ସେଇ ପ୍ରୀତି
ଏ ମୋର ବିଧୁର ଛାତି , ଜଗିବା ଉଠିବା ମାତି
ଭାବୁଛି ମୁଁ ନିତି ପୁଣି ସେଇ ଗୀତି
ଗାଇବି କି ନାଇଁ ବୋଲି
ଭାବନାରେ ରହିଗଲି, ମୁଁ ରହିଗଲି
ପ୍ରିୟା ବିନା ଝୁରେ ଖାଲି
ପ୍ରୀତି ବିନା ଝୁରେ ଖାଲି
ପ୍ରିୟା ବିନା ଝୁରେ ଖାଲି
- Artist:Chitta Jena