ପୂଣ୍ୟର ନଦୀତିରେ [Punyara naditire] [Transliteration]

Songs   2026-01-13 18:02:38

ପୂଣ୍ୟର ନଦୀତିରେ [Punyara naditire] [Transliteration]

ପୂଣ୍ୟର ନଦୀତୀରେ, ପାପର ତରୁଡାଳେ

ପୂଣ୍ୟର ନଦୀତୀରେ, ପାପର ତରୁଡାଳେ

ବସା ବାନ୍ଧିରହେ ପକ୍ଷୀଟିଏ, ତୁମେ ଜାଣିଛ କି ତାର ନାଁ

କିଏ କହେ ତାକୁ ଛଳନା ପୁଣି, କିଏ କହେ ତାକୁ ଛଳନା ପୁଣି

କିଏ କହେ ତାକୁ ପ୍ରେମ ...

ପୂଣ୍ୟର ନଦୀତୀରେ...

ନଦୀରେ ନୀତି ସେ ଦେହ ହେଲେ, ନଦୀଜଳ ଛୁଏଁନାହିଁ

ନଦୀରେ ନୀତି ସେ ଦେହ ହେଲେ, ନଦୀଜଳ ଛୁଏଁନାହିଁ

ତରୁଡାଳେ ବସି ଗୀତ ଗାଏ ହେଲେ ,ଫଳ ତାର ଖାଏନାହିଁ

ତରୁଡାଳେ ବସି ଗୀତ ଗାଏ ହେଲେ, ଫଳ ତାର ଖାଏନାହିଁ

ସ୍ଵପ୍ନର ଗ୍ରାମ ଶେଷେ, ସତ୍ୟର ମଶାଣିରେ

ସ୍ଵପ୍ନର ଗ୍ରାମ ଶେଷେ, ସତ୍ୟର ମଶାଣିରେ

ଅନାମିକା ଏକ ଇତିହାସ ତାର, ଆରମ୍ଭ ହିଁ ଅନ୍ତିମ

କିଏ କହେ ତାକୁ ଛଳନା ପୁଣି, କିଏ କହେ ତାକୁ ଛଳନା ପୁଣି

କିଏ କହେ ତାକୁ ପ୍ରେମ ...

ପୂଣ୍ୟର ନଦୀତୀରେ...

ଆଖୋଜା ଅଲୋଡା ଚୀରଦିନ ହେଲେ , ଅତିଥି ସେ ସବୁ ଘରେ

ଆଖୋଜା ଅଲୋଡା ଚୀରଦିନ ହେଲେ , ଅତିଥି ସେ ସବୁ ଘରେ

ନିଆଁରେ ଖେଳେ ସେ, ନିଆଁରେ ପହଁରେ , ଦେହ ତା ଜଳେନା ତିଳେ

ନିଆଁରେ ଖେଳେ ସେ, ନିଆଁରେ ପହଁରେ , ଦେହ ତା ଜଳେନା ତିଳେ

ସ୍ଵର୍ଗର ସରସିରେ , ନର୍କର ସାତଦଳେ

ସ୍ଵର୍ଗର ସରସିରେ , ନର୍କର ସାତଦଳେ

ଅବୁଝା ଅଳିର ସନ୍ଧ୍ୟାବେଳରେ ବସିବାର ପରିଣାମ

କିଏ କହେ ତାକୁ ଛଳନା ପୁଣି, କିଏ କହେ ତାକୁ ଛଳନା ପୁଣି

କିଏ କହେ ତାକୁ ପ୍ରେମ ...

ପୂଣ୍ୟର ନଦୀତୀରେ, ପାପର ତରୁଡାଳେ

ବସା ବାନ୍ଧିରହେ ପକ୍ଷୀଟିଏ, ତୁମେ ଜାଣିଛ କି ତାର ନାଁ .

Akshaya Mohanty more
  • country:India
  • Languages:Odia
  • Genre:
  • Official site:
  • Wiki:https://en.wikipedia.org/wiki/Akshaya_Mohanty
Akshaya Mohanty Lyrics more
Excellent Songs recommendation
Popular Songs
Artists
Songs