ପୂର୍ଣ୍ଣିମା ଜହ୍ନ ସତେ [Purnima Janha Sate]
Songs
2026-01-11 16:59:48
ପୂର୍ଣ୍ଣିମା ଜହ୍ନ ସତେ [Purnima Janha Sate]
ପୂର୍ଣ୍ଣିମା ଜହ୍ନ ସତେ
ଧରା ବୁକେ ହସିଲା
ପୂର୍ଣ୍ଣିମା ଜହ୍ନ ସତେ
ଧରା ବୁକେ ହସିଲା
ଚମକି ଏ କୁମୁଦିନୀ
ଚମକି ଏ କୁମୁଦିନୀ
ସରମରେ ସରିଲା
ପୂର୍ଣ୍ଣିମା ଜହ୍ନ ସତେ
ଧରାବୁକେ ହସିଲା
ରୂପର ରୂପସୀ
ଲାବଣ୍ୟବତୀ ଗୋ
ଛାଡ଼ି ମୁଁ ଆସିଛି
ଅମରାବତୀ ଗୋ
ତୁମ ଅଙ୍ଗଛୁଆଁ ଯେବେ
ପୀରତିରେ ରସିଲା
ତୁମ ଅଙ୍ଗଛୁଆଁ ଯେବେ
ପୀରତିରେ ରସିଲା
ମୋ କୁଆଁରୀ ଦେହ ଆପେ
ମୋ କୁଆଁରୀ ଦେହ ଆପେ
ଆଡ଼ରୁଷା ରୁଷିଲା
ପୂର୍ଣ୍ଣିମା ଜହ୍ନ ସତେ
ଧରାବୁକେ ହସିଲା
ଅଭୁଲା ରହିବ ତୁମରି ମୂରତି
ଜଗାଉ ଥିବ ଗୋ
ପରାଣେ ପୀରତି
ଦେହ ମନ ପୁଲକରେ
ବିନା ଶୀତେ ଥରିଲା
ଦେହ ମନ ପୁଲକରେ
ବିନା ଶୀତେ ଥରିଲା
ପଞ୍ଚସର ରତି ସୁଖେ
ପଞ୍ଚସର ରତି ସୁଖେ
ପରାଣ ମୋ ଘାରିଲା
ପୂର୍ଣ୍ଣିମା ଜହ୍ନ ସତେ
ଧରାବୁକେ ହସିଲା
ଚମକି ଏ କୁମୁଦିନୀ
ଚମକି ଏ କୁମୁଦିନୀ
ସରମରେ ସରିଲା
ପୂର୍ଣ୍ଣିମା ଜହ୍ନ ସତେ
ଧରାବୁକେ ହସିଲା
- Artist:Nirmala Mishra