ରେ ସମୟ [Re Samaya] [English translation]
Songs
2026-01-01 16:43:30
ରେ ସମୟ [Re Samaya] [English translation]
ମନ ଆଜି ମୋ, କାନ୍ଦେ ବିଚାରା
ତୋ ପ୍ରେମ ପାରୁନି ସେ ଭୁଲି
ବାଟଘାଟରେ ଚାଲିଗଲେ ମୁଁ
ତୋ ସ୍ମୃତି ଦଉଛି ରେ ଜାଳି
କାହିଁକି ସମୟ ହେଉ ନିରିଦୟ
ମୋ ହାତରୁ ଖସି ଯାଉ ଚୋରାବାଲି ପରି
ରେ ସମୟ, ରେ ହୃଦୟ
ଯାଆ ତାକୁ ଭୁଲି ଯିଏ ଦେଇଛି ବିଦାୟ
ରେ ସମୟ, ରେ ହୃଦୟ
ଯାଆ ତାକୁ ଭୁଲି ଯିଏ ଦେଇଛି ବିଦାୟ
ମନ ଥିଲା ମୋର ବାଆଁରା ପକ୍ଷୀ
ତୁ ଆସି ନେଲୁ ଡାକି
ଚାଲୁଚାଲୁ ପୁଣି ଅଧା ବାଟରେ
ହାତ ଛାଡ଼ି ଦେଲୁ ଠକି
କାହିଁକି ଜୀବନ ଖେଳୁ ଛକିଶୂନ
ପ୍ରେମ ବୋଧେ ଲେଖା ଥିଲା ଏତିକି ଭାଗ୍ୟରେ
ରେ ସମୟ, ରେ ହୃଦୟ
ଯାଆ ତାକୁ ଭୁଲି ଯିଏ ଦେଇଛି ବିଦାୟ
ରେ ସମୟ, ରେ ହୃଦୟ
ଯାଆ ତାକୁ ଭୁଲି ଯିଏ ଦେଇଛି ବିଦାୟ
ଯୋଉ ଆଖି ତୋତେ ଭରସା କଲା
ସେ ଆଖିରେ ସ୍ଵପ୍ନ ଭରି
ଜିଇଁବାକୁ କଥା ଦେଇକି ମୋତେ
ପ୍ରତାରଣେ ଦେଲୁ ମାରି
ଆଜି ଏ ପୃଥିବୀ, ଲାଗେ ରେ ବିଧବା
ଜଳିଗଲା ପ୍ରେମ ଚିତା ସ୍ମୃତିର ଜୁଇରେ
ରେ ସମୟ, ରେ ହୃଦୟ
ଯାଆ ତାକୁ ଭୁଲି ଯିଏ ଦେଇଛି ବିଦାୟ
ରେ ସମୟ, ରେ ହୃଦୟ
ଯାଆ ତାକୁ ଭୁଲି ଯିଏ ଦେଇଛି ବିଦାୟ
- Artist:Humane Sagar