ସମ୍ମୋହିନୀ [Sammohini] lyrics
Songs
2025-12-06 12:48:19
ସମ୍ମୋହିନୀ [Sammohini] lyrics
ସଜଳ ସଜଳ ତୋ ଆଖିର କଜଳ , କହୁଛି ଲୋ କେତେ କଥା
ସେଇ ଆଖିରୁ ତୋ, ବାରି ହେଇଯାଏ ମୋ ପ୍ରେମରେ ଗଭୀରତା
ହଜାରେ ଜହ୍ନକୁ ଏକାଠି କଲେ ବି, ତୋ ମୁହଁ ପରେ ଜମା ଦିଶୁନି
କାହିଁକି
ତୁ ସମ୍ମୋହିନୀ, ତୁ, ତୁ ସମ୍ମୋହିନୀ, ତୁ
ଅନେକ ଦିନରୁ ବାକି ତ ରହିଛି, ମୋ ମନର ମିଠା ଭୋକ
ପଵରୀ ସଜେଇ କେବେଠୁ ବସେଇଛି , ରଚିବାକୁ ପ୍ରେମ ଗପ
ସରମି ଲତାରୁ ସରମ ପରସେ, ଅଲିଅଳି ଅଭିମାନିନୀ
ମୁଁ ସମ୍ମୋହିନୀ, ମୁଁ, ମୁଁ ସମ୍ମୋହିନୀ, ମୁଁ
ମିଛରେ ତୁ ଋଷିଗଲେ , ମେଘ କୁମାରୀ
ଭାବନାର ବନ୍ଧବାଡ଼ ଯାଏ ଉଛୁଳି
ନଜରରେ ଛୁଇଁ ଯେବେ ଯାଉଛୁ ଚାଲି
ବିନା ବସନ୍ତରେ ସତେ, ଆସୁଛି ହୋଲି
ଝିଅ ନା ତୁ ସତେ ଅଷ୍ଟମ ଆଶ୍ଚର୍ଯ୍ୟ, ଯେତେ ଦେଖିଲେ ବି ମନ ବୁଝୁନି
ତୁ ସମ୍ମୋହିନୀ, ତୁ
ମୁଁ ସମ୍ମୋହିନୀ, ମୁଁ
ମୁଁ ସମ୍ମୋହିନୀ, ମୁଁ
ତୁ ସମ୍ମୋହିନୀ, ତୁ
ମୁଁ ସମ୍ମୋହିନୀ, ମୁଁ
- Artist:Kuldeep Pattanayak