ସରିଗଲା ଆୟୁଷ ଆମ ପ୍ରେମର [Sarigala Aayusha Ama Premara] lyrics
Songs
2026-01-17 15:33:34
ସରିଗଲା ଆୟୁଷ ଆମ ପ୍ରେମର [Sarigala Aayusha Ama Premara] lyrics
ସରିଗଲା ଆୟୁଷ ଆମ ପ୍ରେମର, ତୁଟିଗଲା ବିଶ୍ୱାସ ତୋ ଠାରୁ ମୋର
ସରିଗଲା ଆୟୁଷ ଆମ ପ୍ରେମର, ତୁଟିଗଲା ବିଶ୍ୱାସ ତୋ ଠାରୁ ମୋର
ଆଜିଠାରୁ ଅଲଗା ବାଟ ଆମର, ଭାବିନେବି ତୁ ଥିଲୁ ଆଉ କାହାର
ଟିକେ ସ୍ୱାର୍ଥ ପାଇଁ ଆଜି ହେଲୁ ସ୍ୱାର୍ଥପର, ତୋତେ ଭଲ ପାଇବା ଟା ବୋଧେ ଭୁଲ ଥିଲା ମୋର
ସରିଗଲା ତୋ ପାଇଁ ପ୍ରେମିକା ତୋର, ଛିଡ଼ିଗଲା ତୋଠାରୁ ସମ୍ପର୍କ ମୋର
ତୁ ପରା ଥିଲୁ ରେ ଜୀବନ ମୋର, ପାଗେଳୀ ଥିଲି ମୁଁ ପ୍ରେମରେ ତୋର
ମୋ ଠାରୁ ମୋ ଖୁସି ଛଡ଼େଇନେଲୁ , ତୋ ମନରୁ ମୋତେ ଦୂରେଇନେଲୁ
ସବୁ ଭୁଲିଯାଇଥିଲି ଟିକେ ପ୍ରେମ ପାଇଁ ତୋର, ଆଉ କାହା ଇଶାରାରେ ମୋତେ କରିଦେଲୁ ପର
ମରିଗଲା ତୋ ପାଇଁ ପ୍ରେମିକା ତୋର, ଛିଡ଼ିଗଲା ତୋଠାରୁ ସମ୍ପର୍କ ମୋର
ତୋ ବିନା ଭାବିନି ଜୀବନେ କିଛି, କେମିତି ବଦଳିଗଳି ତୁ ସାଥି
ମୋ ସୁନା ସପନ ଭାଙ୍ଗି ତୁ ଦେଲୁ, କି ଦୋଷ କଲି ମୁଁ ମୋତେ ଭୁଲିଲୁ
ତୋତେ ମନ ଦେଇଥିଲି, ମନେ ରହିବ ରେ ସାଥି, ତୋ ଶେଷ ଉପହାର
ମରିଗଲା ତୋ ପାଇଁ ପ୍ରେମିକା ତୋର, ଛିଡ଼ିଗଲା ତୋଠାରୁ ସମ୍ପର୍କ ମୋର
- Artist:Aseema Panda