ସେଦିନୁ ଚାହିଁଛି ତୋ ବାଟକୁ [SE DINU CHAHINCHI TO BATA KU] lyrics
Songs
2025-12-06 14:27:59
ସେଦିନୁ ଚାହିଁଛି ତୋ ବାଟକୁ [SE DINU CHAHINCHI TO BATA KU] lyrics
ଲିଭେଇ ଦେ ଆଜି ଛଳନା ନିଆଁକୁ, ସେଦିନୁ ଚାହିଁଛି ତୋ ବାଟକୁ
ଲିଭେଇ ଦେ ଆଜି ଛଳନା ନିଆଁକୁ, ସେଦିନୁ ଚାହିଁଛି ତୋ ବାଟକୁ
ଜଳିବି କେତେ ମୁଁ ତୋ ଭାବନାରେ, ତୋ ବିନା କେହି ନାହିଁ ମୋ ହୃଦୟରେ
ହରେଇ ମୁଁ ଦେଲି କାହିଁ ମୋ ପ୍ରେମକୁ
ଲିଭେଇ ଦେ ଆଜି ଛଳନା ନିଆଁକୁ, ସେଦିନୁ ଚାହିଁଛି ତୋ ବାଟକୁ
ଲିଭେଇ ଦେ ଆଜି
ମିଛରେ ତୁ ଥିଲୁ ବୋଲି କେମିତି ଜାଣିବି, ସତରେ ମୁଁ ପାଇଥିଲି ଭଲ
ଜାଣିବି ରେ କେମିତି କହ ପର କରିଦେଲୁ, ବୁଝିଲୁନି ମୋ ପ୍ରେମର ମୁଲ
କିଏ ସେ କାହାକୁ ଦେଇଥିଲା ରାଣ , କାହିଁକି ଖୋଜିଲୁ ଆଜି ତୁ ପ୍ରମାଣ
ବୁଝେଇ ମୁଁ ପାରୁନାହିଁ ମୋ ମନକୁ
ଲିଭେଇ ଦେ ଆଜି ଛଳନା ନିଆଁକୁ, କେବେଠୁ ଚାହିଁଛି ତୋ ବାଟକୁ
ଲିଭେଇ ଦେ ଆଜି
କହିଦେ ତୁ ମୋତେ ଆସି ଚିହ୍ନିନୁ ତୁ ମୋତେ, ଫେରିଯିବି ମୁଁ ଏକାଏକା
ଆଉ କେବେ ଫେରିବିନି ଯଦି ବା ଡାକିବୁ, ହବ ନାହିଁ କେବେ ଆମ ଦେଖା
ଯାହା ଦେଖେ ଆଖି ସବୁ ନୁହେଁ ସତ, ଦୂର ଆକାଶକୁ ପାଏନା ମୋ ହାତ
ଲୁଚେଇ କେ ଦେଲା ଆଜି ମୋ ଜହ୍ନକୁ
- Artist:Kuldeep Pattanayak