ଶ୍ରୀମନ୍ଦିର [Shree Mandira] lyrics
Songs
2026-01-01 16:43:28
ଶ୍ରୀମନ୍ଦିର [Shree Mandira] lyrics
କେବେ ଆନନ୍ଦ ମୁଖର ତା'ର ଆନନ୍ଦ ବଜାର
କେବେ ଶିରୀହୀନ ପୁଣି, ସିଂହଦୁଆର
ଭକତ ଲୁହରେ ସିଏ ଭିଜିଛି ବହୁବାର
ବୈରୀ ଦାଉରେ ପୁଣି କାନ୍ଦିଛି ବହୁବାର
ଅନେକ ଆନନ୍ଦର, ଅନେକ ଆତଙ୍କର
ଅନେକ ଉଛ୍ୱାସର, ଅନେକ ବିଶ୍ୱାସର
ସାକ୍ଷୀ ହେଇ ରହିଛି ସେ ଶ୍ରୀମନ୍ଦିର
ସେ ଶ୍ରୀମନ୍ଦିର
ତା' ପାଦ ତଳେ ଦୀପ ରଖିଦେଇ
ଏଇ ଜାତି କହେ
"ଆଲୋକିତ ହେଇଗଲା ଆମ ଘର ଅଗଣା"
ତା' ମଥାନରେ ବାନା ଉଡ଼ୁଥିଲେ
ବର ବରେ କହେ
ଏଇ ଦେଖ ଏଇ ଦେଖ ଏ ଜାତିରେ ଠିକଣା
ମହାପ୍ରଭୁ ପାଇଁ ଏଇ ଜାତି ବଡ଼
ଅବା ଏ ଜାତି ପାଇଁ ମହାପ୍ରଭୁ ବଡ଼
ମହାପ୍ରଭୁ ପାଇଁ ଏଇ ଜାତି ବଡ଼
ଅବା ଏ ଜାତି ପାଇଁ ମହାପ୍ରଭୁ ବଡ଼
ଏ ପରୀକ୍ଷା ଦେଖିଛି ସେ ବହୁବାର
ଅନେକ ପ୍ରଣୟର, ଅନେକ ପ୍ରଳୟର
ଅନେକ ବିଜୟର, ଅନେକ ବିଲୟର
ଅନେକ ଭକତିର, ଅନେକ ଶକତିର
ଅନେକ ଆଲୋକର, ଅନେକ ଅନ୍ଧାରର
ସାକ୍ଷୀ ହେଇ ରହିଛି ସେ ଶ୍ରୀମନ୍ଦିର
ସେ ଶ୍ରୀମନ୍ଦିର
- Artist:Odia Title Songs