ଶ୍ରାବଣରେ ଶ୍ରାବଣ [Srabana re Srabana] lyrics

Songs   2024-10-04 19:08:48

ଶ୍ରାବଣରେ ଶ୍ରାବଣ [Srabana re Srabana] lyrics

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ

ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ

ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

ଭିଜିବାକୁ ହାଏରେ ସେ ଭଲପାଏ, ଖୁସି ହେଲେ ପ୍ରେମରେ ମୋତେ ସେ ଭିଜାଏ

ସେ ଭିଜେଇଲେ ମୁଁ ବହିଯିବି, ତୁ ଦେଖିବୁ

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ

ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

ତା ଆଖିରେ ଟିକେ ଖୁସି ଦେଖିବାକୁ , କେତେ କଥା ମୋତେ ପଡ଼େ ଭାବିବାକୁ

ଭାରି ସେ ଅବୁଝା, ବୁଝେନାହିଁ କିଛି, ଆଜିଯାଏଁ ପାରିଲିନି ବୁଝି

ଫଗୁଣରେ ଫଗୁଣ, ରଙ୍ଗ ଆଣିବୁ, ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇଦବୁ

ଫଗୁଣରେ ଫଗୁଣ, ରଙ୍ଗ ଆଣିବୁ, ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଇଦବୁ

ରଙ୍ଗ ଖେଳିବାକୁ ସେ ଭଲପାଏ, ତା ରଙ୍ଗରେ ମୋତେ ସେ ରଙ୍ଗେଈ ଦିଏ

ତା ଆଖିରେ, ତା ଓଠରେ ହସ ଦେଖିବୁ

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ

ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

ଅସରନ୍ତି ଆଶା, ହଜାରେ ସପନ, ଆଖି ତାର ନଈ , ଆକାଶ ତା ମନ

ମନ ମାନୁଥିଲେ, ସେ ଅତି ନିଜର, ମାନେ ରାଗ ଥିଲେ, ନୁହେଁ ସେ କାହାର

ରଜନୀ ଲୋ ରଜନୀ, ଜହ୍ନ ଆଣିବୁ, ସେ ଜହ୍ନକୁ ମୋ ପ୍ରିୟ ହାତରେ ଦବୁ

ରଜନୀ ଲୋ ରଜନୀ, ଜହ୍ନ ଆଣିବୁ, ସେ ଜହ୍ନକୁ ମୋ ପ୍ରିୟ ହାତରେ ଦବୁ

ହାତେ ଜହ୍ନ ପାଇଲେ, ସେ ହବ ଖୁସି, ଖୁସି ହେଲେ ମୋତେ ସେ, ଚାହିଁବ ହସି

ସେ ହସିଲେ, ମୁଁ ହସିବି, ତୁ ଦେଖିବୁ

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ

ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ

ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ

ଭିଜିବାକୁ ହାଏରେ ସେ ଭଲପାଏ, ଖୁସି ହେଲେ ପ୍ରେମରେ ମୋତେ ସେ ଭିଜାଏ

ସେ ଭିଜେଇଲେ ମୁଁ ବହିଯିବି, ତୁ ଦେଖିବୁ

ଶ୍ରାବଣରେ ଶ୍ରାବଣ, ମେଘ ଆଣିବୁ

Udit Narayan more
  • country:Nepal
  • Languages:Hindi, Odia, Malayalam, Kannada
  • Genre:
  • Official site:
  • Wiki:http://en.wikipedia.org/wiki/Udit_Narayan
Udit Narayan Lyrics more
Udit Narayan Featuring Lyrics more
Udit Narayan Also Performed Pyrics more
Excellent Songs recommendation
Popular Songs
Artists
Songs