ଶ୍ରୀପତି ଶ୍ରୀଜଗନ୍ନାଥ [Sripati Sri Jagannatha] lyrics

Songs   2024-07-07 07:14:07

ଶ୍ରୀପତି ଶ୍ରୀଜଗନ୍ନାଥ [Sripati Sri Jagannatha] lyrics

ଶ୍ରୀପତି ଶ୍ରୀଜଗନ୍ନାଥ ହେ ଚକାନୟନ

ତମ ଦରଶନ ପାଇଁ ଝୁରେ ମୁଁ ନୀତିଦିନ

ଦିଅ ଦେଖା, ଦେଖା ଦିଅ, ଦିଅ ଦେଖା, ଦେଖା ଦିଅ

କାହିଁ ଅଛ ପ୍ରଭୁ ବାରେ

ମନ ତଳେ କେତେ ଆଶା ଦେଖିବାକୁ ଥରେ

ଦିଅ ଦେଖା, ଦେଖା ଦିଅ

କାହିଁ ଅଛ ପ୍ରଭୁ ବାରେ

ମନ ତଳେ କେତେ ଆଶା ଦେଖିବାକୁ ଥରେ

ଝୁରୁଛି ନିଈତି କି ଦିନରାତି ତମରି ଦେଖା ପାଇଁକି

ଝୁରୁଛି ନିଈତି କି ଦିନରାତି ତମରି ଦେଖା ପାଇଁକି

ଦେବତା ହୋଇ ମାଣିକ ପାଇଁ

ମମତା ଟିକେ ନାହିଁ କି , ମମତା ଟିକେ ନାହିଁ କି

ଫୁଲର ଗନ୍ଧେ ପତର ରାଗେ, ସବୁଠି ତମେ ରହିଛ

ଫୁଲର ଗନ୍ଧେ ପତର ରାଗେ, ସବୁଠି ତମେ ରହିଛ

ସମୀର କହେ ତୁମରି କଥା

କୁଳୁଗୀତିରେ ହସୁଛ ,କୁଳୁଗୀତିରେ ହସୁଛ

କଳାଠାକୁର କି ହରଦର କରୁଛ ମୋତେ କହ ତ

କଳାଠାକୁର କି ହରଦର କରୁଛ ମୋତେ କହ ତ

ଛଳାଇ କେତେ ମାରୁଛ ମୋତେ

ସାରୁଛ ସିନା ମହତ , ସାରୁଛ ସିନା ମହତ

ବନ୍ଧୁ ମୋହର ଶ୍ୟାମସୁନ୍ଦର ଦିନେ ମୋ ପାଖେ ଆସିବ

ବନ୍ଧୁ ମୋହର ଶ୍ୟାମସୁନ୍ଦର ଦିନେ ମୋ ପାଖେ ଆସିବ

ମାଗିବ ଦହି ଦେବି ଖୁଆଇ

ହସିବି ତମେ ହସିବ,ହସିବି ତମେ ହସିବ

ଦିଅ ଦେଖା, ଦେଖା ଦିଅ, ଦିଅ ଦେଖା, ଦେଖା ଦିଅ

କାହିଁ ଅଛ ପ୍ରଭୁ ବାରେ

ମନ ତଳେ କେତେ ଆଶା ଦେଖିବାକୁ ଥରେ

S.Janaki more
  • country:India
  • Languages:Odia, Tamil, Malayalam, Telugu
  • Genre:
  • Official site:
  • Wiki:https://en.wikipedia.org/wiki/S._Janaki
S.Janaki Lyrics more
S.Janaki Featuring Lyrics more
Excellent Songs recommendation
Popular Songs
Artists
Songs