ଥରେ ତୋ କଥାରେ [Thare to kathāre]
Songs
2026-01-11 21:34:09
ଥରେ ତୋ କଥାରେ [Thare to kathāre]
ଏବେ ଏବେ ବର୍ଷା ହେଲେ, ଯଦି ତୋର ଝରକା ଖୋଲେ
ଇଛା ହୁଏ ଭିଜିବାକୁ, ତୋ ସାଥିରେ
ପାଗ ପୁଣି ଫର୍ଚ୍ଚା ହେଲେ, ଆମ ପାଇଁ ଚର୍ଚ୍ଚା ହେଲେ
ଡର ଟିକେ ଆସିଥାଏ, ମୋ ଛାତିରେ
ଏମିତିକା ମେଘ ହେଉ, ଦେଖାଚାହାଁ ଚାଲିଥାଉ
ଥରେ ତୋ କଥାରେ, ଥରେ ମୋ କଥାରେ
ଥରେ ତୋ କଥାରେ, ଥରେ ମୋ କଥାରେ
ଜାଣିଶୁଣି ଛତା ରଖିଦେଇ, ହେଉଥିବା ଆମେ ଓଦା
ବରଷା ଛିଟାରେ ଭିଜିଭିଜି, ପ୍ରେମର କାହାଣୀ ଲେଖୁଥିବା
ମାଟି ଓଦା ଥିବା ବାହାନାରେ, ଆମେ ପାଦ ଖସେଇବା
କାଗଜ ଡଙ୍ଗାଟେ ପରି ଆମେ, ଭାସିଭାସି ଭଲପାଉଥିବା
ଏମିତିକା ମେଘ ହେଉ, ଦେଖାଚାହାଁ ଚାଲିଥାଉ
ଥରେ ତୋ କଥାରେ, ଥରେ ମୋ କଥାରେ
ଥରେ ତୋ କଥାରେ, ଥରେ ମୋ କଥାରେ
ଭିଜିଗଲେ ଥରେ ଦେହ ମୋର, ଯେତେ ଲାଜ ସେତେ ଡର
ତଥାପି କାହିଁକି ମନ ହୁଏ, ତୋ ସାଥେ ଭିଜିବି ସବୁଥର
ଫଗୁଣ ବଦଳେ ଶ୍ରାବଣରେ, ଚୋରି ହେଲା ମନ ମୋର
ତୋ ସାଥେ ଭିଜିଲା ପରଠାରୁ, ମୋତେ ହେଇଗଲା ପ୍ରେମଜର
ଏମିତିକା ମେଘ ହେଉ, ଦେଖାଚାହାଁ ଚାଲିଥାଉ
ଥରେ ତୋ କଥାରେ, ଥରେ ମୋ କଥାରେ
ଥରେ ତୋ କଥାରେ, ଥରେ ମୋ କଥାରେ
- Artist:Aseema Panda
- Album:Premara Srabana (2021)