ଟିକେ ଟିକେ ବର୍ଷା ହେଲା [Tike Tike Barsa Hela] lyrics

Songs   2024-10-04 19:14:51

ଟିକେ ଟିକେ ବର୍ଷା ହେଲା [Tike Tike Barsa Hela] lyrics

ଟିକେ-ଟିକେ ବର୍ଷା ହେଲେ,ଟିକେ ଛିଟା ଲାଗିଲା

ଟୋପା-ଟୋପା ତୋ ଦେହରେ,ମୋତି ଝରିଲା

ଟିକେ-ଟିକେ ବର୍ଷା ହେଲା,ଟିକେ ଛିଟା ଲାଗିଲା

ଟୋପା-ଟୋପା ତୋ ଦେହରେ,ମୋତି ଝରିଲା

ଟିକେ-ଟିକେ ଖରା ହେଲା,ଟିକେ ନାଲି ଦିଶିଲା

ମିଠା-ମିଠା ତୋ ମୁହଁରେ,ରଙ୍ଗ ଝରିଲା

ସେଇ ରଙ୍ଗରେ ସେଇ ଋତୁରେ ଲାଗେ ସତେରେ

ମୋ ମନରେ ପ୍ରେମ ଉଙ୍କିମାରିଲା

ପ୍ରେମ ହେଲା ପ୍ରେମ ହେଲା,ହଲେ ହଲେ ହେଇଗଲା

ସାତାରାଗ ସାତସୁର, ମୋ ମନରେ ଭରିଗଲା

ଏମିତି ତୁ ଆସିଲୁ, ମୋ ମନରେ ବସିଲୁ

ଭରସାର ପ୍ରେମ ନେଇ, ଭଲପାଇଲୁ

ଏମିତି ତୁ ଚାହିଁଲୁ, ଭାବନାରେ କହିଲୁ

ଜିଇଁବାର ଆଶା ନେଇ,ମୋତେ ଛୁଇଁଲୁ

ସେଇ ଛୁଆଁରେ, ତୋ ଗୀତରେ ଲାଗେ ସତେରେ

ହୃଦୟରେ ସାତରାଗ ବାନ୍ଧିଲା

ପ୍ରେମ ହେଲା ପ୍ରେମ ହେଲା,ହଲେ ହଲେ ହେଇଗଲା

ସାତାରାଗ ସାତସୁର ମୋ ମନରେ ଭରିଗଲା

ତୋତେ ଦେଖି ମୋ ଆଖି, ଝୁରେ ମୁଁ ନୀତିନୀତି

ତୁ ଥିଲେ ଭିଜାଭିଜା, ଲାଗେ ଏ ପ୍ରୀତି

ଏଇ ସେ ପ୍ରଜାପତି, ଚୁମେ ରେ ଚୁପିଚୁପି

ବଗିଚାରେ ମିଠା ମହୁ, ପଡ଼ିଛି ଟିକି

ସେଇ ମହୁରେ ସେଇ ଫୁଲରେ, ଲାଗେ ସତେରେ

ଚାରିଆଡ଼େ ଏ କି ବାସ୍ନା ବହିଲା

ପ୍ରେମ ହେଲା ପ୍ରେମ ହେଲା,ହଲେ ହଲେ ହେଇଗଲା

ସାତାରାଗ ସାତସୁର ମୋ ମନରେ ଭରିଗଲା

Humane Sagar more
  • country:India
  • Languages:Odia
  • Genre:Pop, Soundtrack
  • Official site:
  • Wiki:https://en.m.wikipedia.org/wiki/Humane_Sagar
Humane Sagar Lyrics more
Humane Sagar Featuring Lyrics more
Excellent Songs recommendation
Popular Songs
Artists
Songs