ତୋ ଲାଗି ଗୋପଦାଣ୍ଡ ମନା [To lagi Gopadanda mana] [English translation]
Songs
2026-01-18 21:38:49
ତୋ ଲାଗି ଗୋପଦାଣ୍ଡ ମନା [To lagi Gopadanda mana] [English translation]
ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା ।
ତୋ ଲାଗି ନ ଯିବି ଯମୁନାରେ କାଳିଆ ସୁନା ।।
ନିତି ଏହି ବାଟେ ଯାଉରେ କାଳିଆ, ନିତି ଏହି ବାଟେ ଯାଉ ।
ହାଟରେ କଉଡି ମାଗିଲେ କାଳିଆ ମୂରଲୀ ବଜାଉ ଥାଉ ।।
ତୁହି ଗୋପପୁରେ ରଜାରେ କାଳିଆ ତୁହି ଗୋପପୁରେ ରଜା ।
କେମନ୍ତ ସଜରେ ମୂରଲୀ ବଜାଉ, ଆହୁରି ଟିକିଏ ବଜା ।।
ତୁହି ଅଟୁ ନନ୍ଦ ଚାଟରେ କାଳିଆ ତୁହି ଅଟୁ ନନ୍ଦ ଚାଟ
ମଥୁରା ହାଟକୁ ଦଧି ବିକି ଗଲେ ନିତି ମାଗୁଥାଉ ଘାଟ ।।
ତୁହି ବଡ ଘର ପୁ୍ଅରେ କାଳିଆ ମୁହି ବଡ ଘର ବୋହୁ ।
ସରମ ତୋ ମୁଖେ ନାହିଁରେ କାଳିଆ ମରମ କଥାଟି କହୁ ।।
କହଇ ବଲ୍ଲଭାନନ୍ଦ ଏ ରସରେ ଶୁଣ ଆଗେ ସଖୀବୃନ୍ଦ ।
ଯମୁନା କୂଳରେ ମୂରଲୀ ବଜାଏ ତୁମ୍ଭ ଘେନି କୃଷ୍ଣଚନ୍ଦ୍ର ।।
- Artist:Shyamamani Pattanaik
- Album:Murali Phunka