ତୁ ମାରିଦେଲୁ [Tu Maridelu] lyrics

Songs   2024-10-04 18:55:48

ତୁ ମାରିଦେଲୁ [Tu Maridelu] lyrics

କେତେ ଆଉ ଦୁଃଖ ଦବୁ, ଏଇ ମୋ ଛାତିରେ

କେତେ ବସି କାନ୍ଦିବି ମୁଁ, ତୋ ପାଇଁ ସାଥି ରେ

କେତେ ଆଉ ଦୁଃଖ ଦବୁ, ଏଇ ମୋ ଛାତିରେ

କେତେ ବସି କାନ୍ଦିବି ମୁଁ, ତୋ ପାଇଁ ସାଥି ରେ

ମୋ ଭଲପାଇବାରେ ଥିଲା କୋଉଠି ଉଣା

ଭଲପାଇ ଭୁଲିଗଲୁ କରିଲୁ ମୋତେ ଘୃଣା

ତୁ ଭଲପାଇନଥିଲୁ ବୋଲି କହିଦେ ଥରେ

ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମୋତେ ରେ

ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମୋତେ ରେ

ଆଖି ଲୁହ ଲହୁ ହେଇ, ଛାତିରେ ମିଶୁଛି

ହସିବାର ଇଛା ନଥିଲେ ବି ମୁଁ ବାଧ୍ୟ ହେଇ ହସୁଛି

ଭଲପାଇଥିଲି ବୋଲି, ଭଲ ଦେଲୁ ଖୁସି

ଡାହାଣୀ ଟେ ଥିଲୁ ବୋଧେ ରକ୍ତ ନେଇଗଲୁ ଶୋଷି

ତୋତେ ରଖିଥିଲି ମୋର ନିଶ୍ୱାସେ ପ୍ରଶ୍ୱାସେ

ଦେଲୁ ଏତେ ଯନ୍ତ୍ରଣା ଯେ ସବୁ ଝାପ୍ସା ଝାପ୍ସା ଦିଶେ

ନିରୀହ ଏ ମନଟାକୁ କଷ୍ଟ ଦେଲୁ ଏତେ ରେ

ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମୋତେ ରେ

ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମୋତେ ରେ

ପ୍ରେମିକ ହେଇ ମୁଁ ତୋର କି ଲାଭ ପାଇଲି

ଅଳ୍ପ ଟିକେ ଖୁସି ପାଇଁ ଲୁହ ଅନେକ ପିଇଲି

କରୁଥିଲୁ ଅଭିନୟ ଜାଣି ମୁଁ ପାରିଲିନି

ଛଳନାର ମୁଖା ପିନ୍ଧିଥିଲୁ ପାରିଲିନି ଚିହ୍ନି

ତୁ ଯା ଲୋ ଚାଲି ଯା ଆସିବୁନି ଆଉ ଫେରି

ଭାବିନେବି ମରିଗଲା ମୋ ସ୍ନେହର ସାରୀ

ମୋ ଜୀବନକୁ ଜାଳିଦେଇ ରହିଗଲୁ ଶାନ୍ତିରେ

ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମୋତେ ରେ

ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମୋତେ ରେ

ତୁ ମାରିଦେଲୁ, ମାରିଦେଲୁ, ମାରିଦେଲୁ ମୋତେ ରେ

Humane Sagar more
  • country:India
  • Languages:Odia
  • Genre:Pop, Soundtrack
  • Official site:
  • Wiki:https://en.m.wikipedia.org/wiki/Humane_Sagar
Humane Sagar Lyrics more
Humane Sagar Featuring Lyrics more
Excellent Songs recommendation
Popular Songs
Artists
Songs