ଶୁଣ ମୋର ବନ୍ଧୁ [Śuṇa mora bandhu] [Transliteration]

Songs   2024-07-05 12:22:32

ଶୁଣ ମୋର ବନ୍ଧୁ [Śuṇa mora bandhu] [Transliteration]

ଶୁଣ ମୋର ବନ୍ଧୁ (×୨)

ସମୟ ନଦୀର ଧାରା, ଆଜି ଏ ଯାଉଛି ପରା

ଭେଟିବାକୁ ନିଶବ୍ଦ ସିନ୍ଧୁ

ଶୁଣ ମୋର ବନ୍ଧୁ

ଶୋଇଛି ଏ ରାତି ଆଉ, ଶୋଇଛି ତ ଆମରି ସହର

ଶୋଇଛି ଏ ରାତି ଆଉ, ଶୋଇଛି ତ ଆମରି ସହର

ନୀରବରେ ଶୁଣୁ ସତେ, ପୀରତିର କଥା କେତେ

ତନୁମନ ଦିଆନିଆ କାହାର

ମିଛ ରୋଷ ପୋଥ ସେହି, ମନେ ତାର କିଛି ନାହିଁ

ସେ ତ ମାୟା ମରୀଚିକା ବନ୍ଧୁ

ଶୁଣ ମୋର ବନ୍ଧୁ

କହିବ ଆଗରୁ ଥରେ ତୁମରି ଏ ନୀରବ ନିଶୀଥ

କହିବ ଆଗରୁ ଥରେ ତୁମରି ଏ ନୀରବ ନିଶୀଥ

ତୁଷାର ଆଲୋକେ ପରା ଗଡ଼ିବା ଆଗରୁ ଧରା

ଦୁନିଆର ଅନେକ ନରକ

ଭଲ କରି ଦେଖ ବାରେ ଆପଣାକୁ ବସି ବସି

ଆଜି ଏ ନିଶୀଥରେ ବନ୍ଧୁ

ଶୁଣ ମୋର ବନ୍ଧୁ

ଧୀରେ ଧୀରେ ଗଣିଯାଅ ଲିତା ଲିତା ପହର, ପହର

ଧୀରେ ଧୀରେ ଗଣିଯାଅ ଲିତା ଲିତା ପହର, ପହର

ଆଗକୁ ଆଗକୁ ଖାଲି ସମୟ ଯାଉଛି ଚାଲି

ଭେଟିବାକୁ ନିଶବଦ ସାଗର

ଆମେ ଆଉ ନୁହେଁ କିଛି ଟିକିଏ ଆଲୋକ ଦୁଚି

ହଜିଯିବା ଉଲ୍କାର ବିନ୍ଦୁ

ଶୁଣ ମୋର ବନ୍ଧୁ

ସମୟ ନଦୀର ଧାରା, ଆଜି ଏ ଯାଉଛି ପରା

ଭେଟିବାକୁ ନିଶବ୍ଦ ସିନ୍ଧୁ

ଶୁଣ ମୋର ବନ୍ଧୁ

Bhupinder Singh more
  • country:India
  • Languages:Hindi, Odia
  • Genre:Pop-Folk
  • Official site:
  • Wiki:http://en.wikipedia.org/wiki/Bhupinder_Singh_%28musician%29
Bhupinder Singh Lyrics more
Excellent Songs recommendation
Popular Songs
Artists
Songs