ଉଡ଼ି ଉଡ଼ି ଯାଏ [Udi udi jaye] lyrics

Songs   2024-10-05 20:04:29

ଉଡ଼ି ଉଡ଼ି ଯାଏ [Udi udi jaye] lyrics

ପହିଲି କିରଣ ଯେବେ ତୋ ଚେହେରାକୁ ଛୁଏଁ

ଚଂଚଳ ମନ ମୋ କାଇଁ ତୋ ପାଇଁ ଗୁନଗୁନାଏ

ପହିଲି କିରଣ ଯେବେ ତୋ ଚେହେରାକୁ ଛୁଏଁ

ଚଂଚଳ ମନ ମୋ କାଇଁ ତୋ ପାଇଁ ଗୁନଗୁନାଏ

କୋଇଲିର କୁହୁକୁହୁ ଯେମିତି ମନ ମୋହେ

ତୋ ରୂପର ଲାବଣ୍ୟ ସତେ କେତେ ସର୍ଗମ ଯେ ଶୁଣାଏ

ମୁଁ ଯେ ହଜିହଜି ଯାଏ,ତୋ ପ୍ରେମରେ ଭିଜିଯାଏ

କି ଯାଦୁ ତୁ କଲୁ କହ ମୋଠି ମୁଁ ହଜିଯାଏ

ଉଡ଼ି ଉଡ଼ି ଯାଏ, ମନ ତୋ ପଛରେ ଧାଏଁ

ଚୁପି କାନେ ଆସି କହେ, ଖାଲି ତୋତେ ମୁଁ ଭଲ ପାଏ

ଉଡ଼ି ଉଡ଼ି ଯାଏ, ମନ ତୋ ପଛରେ ଧାଏଁ

ଚୁପି କାନେ ଆସି କହେ, ଖାଲି ତୋତେ ମୁଁ ଭଲ ପାଏ

ବାଟ ଏତେ ଅଙ୍କାବଙ୍କା ହେଲେ କାହିଁ ଲାଗୁଛି ସରଳ

ତୁ ଅଛୁ ସାଥେ ବୋଲି, ହସିହସି କଟିଯାଏ ବେଳ

ମାଟି ସାଥେ ଆକାଶର ଇଏ ଯିଏ ମିଳନ ବିରଳ

ପ୍ରେମନଈ ବାଟ ଏ ଯେ ଆମେ ଦୁହେଁ ଖୋଜୁଅଛୁ କୂଳ

ନିରବ ମୋ ଦୁଇ ଆଖି, ତୋ ଆଖିରେ ଯାଏ ଲାଖି

ଆନମନା ହେଇ ଦେଖି ଦେଖି, ହାଏ ମୁଁ ମରିଯାଏ

ଉଡ଼ି ଉଡ଼ି ଯାଏ, ମନ ତୋ ପଛରେ ଧାଏଁ

ଚୁପି କାନେ ଆସି କହେ, ଖାଲି ତୋତେ ମୁଁ ଭଲ ପାଏ

ଉଡ଼ି ଉଡ଼ି ଯାଏ, ମନ ତୋ ପଛରେ ଧାଏଁ

ଚୁପି କାନେ ଆସି କହେ, ଖାଲି ତୋତେ ମୁଁ ଭଲ ପାଏ

ମୁଁ ତ ଥିଲି ଯାଯାବର, ବୁଲୁଥିଲି କେତେକ ସହର

ପାଦ ମୋର ରହିଗଲା ଯେବେ ତୋଠି ପଡ଼ିଲା ନଜର

ତୋ ପାଇଁ ଲୋ ଛାତି ତଳେ ତୋଳିଛି ମୁଁ ଛୋଟ ବାଲିଘର

ରାଣ ଦେଲି ଭାଙ୍ଗିବୁନି କେବେ ହେଲେ ହୃଦୟକୁ ମୋର

ମନକଥା ବୁଝିଯାରେ, ରାଜି ଥରେ ହେଇଜାରେ

ପ୍ରେମିକା ମୋ ସାଜିଯା ତୁ, ଏତିକି ଖାଲି ମୁଁ ଚାହେଁ

ଉଡ଼ି ଉଡ଼ି ଯାଏ, ମନ ତୋ ପଛରେ ଧାଏଁ

ଚୁପି କାନେ ଆସି କହେ, ଖାଲି ତୋତେ ମୁଁ ଭଲ ପାଏ

ଉଡ଼ି ଉଡ଼ି ଯାଏ, ମନ ତୋ ପଛରେ ଧାଏଁ

ଚୁପି କାନେ ଆସି କହେ, ଖାଲି ତୋତେ ମୁଁ ଭଲ ପାଏ

Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Artists
Songs