ଆଜି ମୁଁ ଶ୍ରାବଣୀ [Aji Mun Shrabani] lyrics
Songs
2026-01-31 11:50:51
ଆଜି ମୁଁ ଶ୍ରାବଣୀ [Aji Mun Shrabani] lyrics
ଆଜି ମୁଁ ଶ୍ରାବଣୀ
ଲୁହର ହରିଣୀ
ଯେଉଁ ରଜନୀ
କେବେ ପାହିନି
ଆଜି ମୁଁ ସେଇ ରଜନୀ
ଆଜି ମୁଁ ସେଇ ରଜନୀ
ଆଜି ମୁଁ ଶ୍ରାବଣୀ
ଏତେ ମେଘ
ମୋ ଆକାଶେ
ଚନ୍ଦ୍ର କିମ୍ପାଇଁ
ମିଛେ ଆସେ ଉଇଁ
ଏତେ ମେଘ
ମୋ ଆକାଶେ
ଚନ୍ଦ୍ର କିମ୍ପାଇଁ
ମୋ ତିମିରେ ଖୋଜି
ତାର ହଜିଥିବା କଇଁ
ମୁଁ ଯେ ନିଶି ପଦ୍ମିନୀ
ଲୁହ ବାରୁଣୀ
ଯେଉଁ ରଜନୀ
କେବେ ପାହିନି
ଆଜି ମୁଁ ସେଇ ରଜନୀ
ଆଜି ମୁଁ ଶ୍ରାବଣୀ
ଝୁରେ ଆଜି ସୂର୍ଯ୍ୟକୁ
ମୋ ଆକାଶ ଖାଲି
ଲୁହ ଢାଳି ଢାଳି
ଝୁରେ ଆଜି ସୂର୍ଯ୍ୟକୁ
ମୋ ଆକାଶ ଖାଲି
ଛଳ ଛଳ ଅନ୍ଧାରେ
ବାହୁନେ ମୋ ଝିଲ୍ଲୀ
ମରୁପଥେ ହଜିଛି ମୁଁ
ଲୁହ ତଟିନୀ
ଯେଉଁ ରଜନୀ
କେବେ ପାହିନି
ଆଜି ମୁଁ ସେଇ ରଜନୀ
ଆଜି ମୁଁ ଶ୍ରାବଣୀ
ଆଜି ମୁଁ ଶ୍ରାବଣୀ
- Artist:Lata Mangeshkar