ସେ ତ ଭକତ ଭାବରେ ବନ୍ଧା ରେ [Se ta bhakata bhabare bandha re] [Transliteration]

Songs   2024-07-07 06:50:17

ସେ ତ ଭକତ ଭାବରେ ବନ୍ଧା ରେ [Se ta bhakata bhabare bandha re] [Transliteration]

ସେ ତ ଭକତ ଭାବରେ ବନ୍ଧା ରେ, ସେ ତା ଭକତ ଜୀବନ ଧନ

ସେ ତ ଭକତ ଭାବରେ ବନ୍ଧା ରେ, ସେ ତା ଭକତ ଜୀବନ ଧନ

ତୁ ତାକୁ ଖୋଜିଲେ, ତୁ ତାକୁ ଖୋଜିଲେ, ସେ ତୋତେ ଖୋଜଇ

ତୁ ତାକୁ ଖୋଜିଲେ, ସେ ତୋତେ ଖୋଜଇ

ସିଏ ତୋ ହୃଦ-ଚନ୍ଦନ ରେ, ଉଣା କରନାହିଁ ମନ

ସେ ତ ଭକତ ଭାବରେ ବନ୍ଧା ରେ, ସେ ତା ଭକତ ଜୀବନ ଧନ

ସିଏ ତୋ ସାଗର, ତୁ ତାର ଲହରୀ ,ସିଏ ନଦୀ-ଝର, ତୁ ତାର ଭଉଁରୀ

ସିଏ ତୋ ସାଗର, ତୁ ତାର ଲହରୀ ,ସିଏ ନଦୀ-ଝର, ତୁ ତାର ଭଉଁରୀ

ତୁ କାନ୍ଦିଲେ କାନ୍ଦେ,ତୁ କାନ୍ଦିଲେ କାନ୍ଦେ, ତୁ ହସିଲେ ହସେ

ତୁ କାନ୍ଦିଲେ କାନ୍ଦେ, ତୁ ହସିଲେ ହସେ

ସିଏ ତୋ ଆପଣା ଜହ୍ନରେ , ଉଣା କରନାହିଁ ମନ

ସେ ତ ଭକତ ଭାବରେ ବନ୍ଧା ରେ, ସେ ତା ଭକତ ଜୀବନ ଧନ

ଭାବକୁ ନିକଟ ଅଭାବକୁ ଦୂର, ତୁ ତାହାର ଦେହ, ତୁ ବୁକୁ ତା ଘର

ଭାବକୁ ନିକଟ ଅଭାବକୁ ଦୂର, ତୁ ତାହାର ଦେହ, ତୁ ବୁକୁ ତା ଘର

ତୁ ଢ଼ାଳିଲେ ଲୁହ, ତୁ ଢ଼ାଳିଲେ ଲୁହ, ତା ମନ ବିକଳ

ତୁ ଢ଼ାଳିଲେ ଲୁହ, ତା ମନ ବିକଳ

ତୁ ଜୀବ, ସେ ଜୀବନ ରେ, ଉଣା କରନାହିଁ ମନ

ସେ ତ ଭକତ ଭାବରେ ବନ୍ଧା ରେ, ସେ ତା ଭକତ ଜୀବନ ଧନ

S.Janaki more
  • country:India
  • Languages:Odia, Tamil, Malayalam, Telugu
  • Genre:
  • Official site:
  • Wiki:https://en.wikipedia.org/wiki/S._Janaki
S.Janaki Lyrics more
S.Janaki Featuring Lyrics more
Excellent Songs recommendation
Popular Songs
Artists
Songs