ସ୍ମୃତି ତୁମେ [Smruti Tume] [English translation]
Songs
2026-01-14 08:52:13
ସ୍ମୃତି ତୁମେ [Smruti Tume] [English translation]
ସ୍ମୃତି ତୁମେ, ଶ୍ରାବଣ ରାତିରେ ଅଦେଖା ଚଇତି ଛୁଆଁ
ସ୍ମୃତି ତୁମେ, ପାଉଁଶ ତଳର ନିଆଁ
ସ୍ମୃତି ତୁମେ, ନର୍ତ୍ତକୀ ଘେରା ମନ୍ଦିର ମୁଖଶାଳା
ସ୍ମୃତି ତୁମେ, ଝାଉଁବନ ଫାଙ୍କେ କରୁଣା ଚନ୍ଦ୍ରକଳା
ସ୍ମୃତି ତୁମେ, ପାନ୍ଥଶାଳାରେ ଅଙ୍ଗାରେ ଲେଖା ନାଁ
ସ୍ମୃତି ତୁମେ, ବିଗତ ପ୍ରିୟାର ଗାଁ
ସ୍ମୃତି ତୁମେ, ତୁଠ ପଥରରେ ଫିକା ଅଳତାର ଦାଗ
ସ୍ମୃତି ତୁମେ, ବିଧବା ଲଲାଟେ ଦାରୁଣ ଅସ୍ତରାଗ
ସ୍ମୃତି ତୁମେ, ଅଫେରା ନଦୀରେ କାଗଜ ତିଆରି ନାଆ
ସ୍ମୃତି ତୁମେ ମୋର, ଅତିପ୍ରିୟତମ ଆହା
- Artist:Akshaya Mohanty