ରମଣୀ ରତନ ମେଘକୁ ଚାହିଁ [Ramani Ratana Megha Ku Chahin] lyrics
Songs
2025-12-07 08:11:56
ରମଣୀ ରତନ ମେଘକୁ ଚାହିଁ [Ramani Ratana Megha Ku Chahin] lyrics
ରମଣୀ ରତନ ମେଘକୁ ଚାହିଁ
କହିବୁ ମେଘ ରେ କାନ୍ତକୁ ଯାଇ
ଏତେ ଦିନ କିମ୍ପା ବିଳମ୍ବ କଲେ
କାଲି ପରିକି କଣ୍ଟ ଦେଇଥିଲେ
କରି ମୋତେ ପର, କି ବିଚାରୁ ଥିବେ ଦିନୁଁ ଅନ୍ତର ।୧।
କଲାଣି ଘୋର ଦୁର୍ଦ୍ଦିନ ଚମକ
ନାଦ କଲେଣି କୋକିଳ ଡାହୁକ
କହିଥିଲେ ବନ୍ଧୁ ନିୟମ କରି
କେବେ ହେଁ ନ ଯିବି ପ୍ରବାସ କରି
କି ବିଚାରି ମନ, କେଉଁ ନାରୀ ସଙ୍ଗେ ବଞ୍ଚିଲେ ଦିନ ।୨।
କାମେ ବଶ କଲା କେଉଁ ଚତୁରୀ
କେ ରମଣୀ ରଖିଲା ମନ୍ତ୍ର କରି
କେହୁ ଦଧି ଫଳ ଭୁଞ୍ଜାନ୍ତେ ବସି
ପିଣ୍ଡରୁ ପ୍ରାଣ ଯାଉଛି ଖସି
କେଉଁ ଉପାୟରେ, କାନ୍ତକୁ ଭେଟିବି ନେତ୍ର ପଥରେ ।୩।
ସତେ କି କରିବେ ହର ଗଉରୀ
ପ୍ରବାସୁ ମୋ କାନ୍ତ ଆସିବେ ଫେରି
କରିବେ ଅଙ୍କ ପଲଙ୍କେ ଶୟନ
ସତେ କି ମୋ ଦୁଃଖ ହେବ ମୋଚନ
କରି ରସକେଳି, ଭଣେ ଉପଇନ୍ଦ୍ର ଏ ରସେ ଭାଳି
- Artist:Shyamamani Pattanaik