ନିଦଭରା ରାତି, ମଧୁ ଝରା ଜହ୍ନ [Nidabhara rati, madhu jhara janha] [Transliteration]
Songs
2026-01-11 14:51:48
ନିଦଭରା ରାତି, ମଧୁ ଝରା ଜହ୍ନ [Nidabhara rati, madhu jhara janha] [Transliteration]
ନିଦଭରା ରାତି, ମଧୁ ଝରା ଜହ୍ନ
ଫିକା ଫିକା ଏହି ଜୋଛନା
ତୁମେ ନାହଁ ସାଥି, ଆଜି ଏହି ରାତି
ଏକା ଏକା ଭଲ ଲାଗେନା,ଭଲ ଲାଗେନା
ଦୂରେ ବହୁଦୂରେ ନଈ ଆରପାରେ
ବିରହେ କେ ଝୁରେ ବଇଁଶୀର ସୁରେ
ସେଇ ସୁରେ ହଜି ଜୋଛନାରେ ଭିଜି
ଖୋଜେ ମୁଁ ତୁମକୁ ଏକା ଏକା ଆଜି
ଦୂର ଚାନ୍ଦ ତୁମେ ବୁଝିଲ ତ ନାହିଁ
କୁମୁଦିନୀ ମନ ବେଦନା, କୁମୁଦିନୀ ମନ ବେଦନା
ତୁମେ ନିଲଢ଼େଉ ମୁଁ ଯେ ବେଳାଭୁଇଁ
ତୁମେ ଯାଅ ଦୂରେ ଖାଲି ମୋତେ ଛୁଇଁ
ପାଶେ ଥିଲେ କିଛି ପାରେନାହିଁ କହି
ଗଲେ ଦୂରେ ତୁମେ ଝୁରେ ତୁମ ପାଇଁ
ଧରା ଦେଲେ ଏବାରେ କହିଦେବି ହେଲେ
ଭାବି ସିନା କହିପାରେନା ,ଭାବି ସିନା କହିପାରେନା
ନିଦଭରା ରାତି, ମଧୁ ଝରା ଜହ୍ନ
ଫିକା ଫିକା ଏହି ଜୋଛନା
ତୁମେ ନାହଁ ସାଥି, ଆଜି ଏହି ରାତି
ଏକା ଏକା ଭଲ ଲାଗେନା,ଭଲ ଲାଗେନା
- Artist:Nirmala Mishra